ଏହି ଜିନିଷକୁ ଓଲଟାଇ ରଖନ୍ତୁ ନାହିଁ
ରୋଷେଇ ଘର ସହ ଜଡିତ ଅନେକ ବାସ୍ତୁ ନିୟମ ରହିଛି। ଯାହାର ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ମିଳିବା ସହ ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଏପରି କେତେକ ବାସନ ରହିଛି, ଯାହାକୁ ରୋଷେଇ ଘରେ ଓଲଟା ରଖାଯିବା ଉଚିତ ନୁହେଁ। ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ରୋଷେଇ ଘରେ କଡେଇ ,ତାୱାକୁ ଓଲଟାଇ ରଖନ୍ତୁ ନାହିଁ। ଏପରି କରୁ ଥିଲେ, ଆଜି ଠାରୁ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ।
ରୋଷେଇ ଘରେ ଯେଉଁ ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ଚୁଲ୍ଲାର ଡାହାଣ ପଟରେ କଡେଇ ଓ ତାୱା ରଖନ୍ତୁ। ଖାଦ୍ୟ ପ୍ରସ୍ତୁତି ପାଇଁ ଚୁଲ୍ଲା ଉପରେ କଡେଇ ଓ ତାୱା ରଖିବା ମାତ୍ରେ ସେଥିରେ ଅଳ୍ପ ପରିମାଣରେ ଲୁଣ ପକାନ୍ତୁ।
ତାୱା କିମ୍ବା କଡେଇ ଗରମ ଥିଲେ ସେଥିରେ ଆଦୌ ପାଣି ପକାନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ତାୱା ଓ କଡେଇ ରାହୁ ଗ୍ରହଙ୍କ ସହ ଜଡିତ ବୋଲି ମାନ୍ୟତା ରହିଛି।
Comments are closed.