www.samajalive.in
Monday, December 8, 2025
27.1 C
Bhubaneswar

ଚଳିତ ବର୍ଷ ଠାରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମଲେଖା ଓ ପାଠପଢା ଆରମ୍ଭ ହେବ

ସାକ୍ଷିଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ନାମଲେଖା ହୋଇ ପାଠପଢ଼ା ଆରମ୍ଭ ହେବ। ଏଥିନିମନ୍ତେ ବୁଧବାର ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ସତ୍ୟବାଦୀ ଗସ୍ତ କରିଥିଲେ। ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ନାୟକ, ମୁଖ୍ୟ ପ୍ରଶାସକ ତଥା ରେଜିଷ୍ଟ୍ରାର କାହ୍ନୁଚରଣ ମଲ୍ଲିକ, ଉଚ୍ଚ ଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ, ରେଭେନ୍ସା ବିଶ୍ବବିଦ୍ୟାଳୟ (ସଂସ୍କୃତ ବିଭାଗ ମୁଖ୍ୟ) ଯୁଧିଷ୍ଠିର ସାହୁ, ଓଡ଼ିଶା ସେତୁ ନିର୍ମାଣ ନିଗମର ମୁଖ୍ୟ ଯନ୍ତ୍ରୀ ଗିରିଜା ଶଙ୍କର ନାୟକ, ଏବିସିଏଲ ନିର୍ଦେଶକ ଉମେଶ ଚନ୍ଦ୍ର ଜେନା, ଏବିସିଏଲ ବୈଷୟିକ ନିର୍ଦେଶକ ଆକାଶ ରଞ୍ଜନ ପାଣି, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ସତ୍ୟବାଦୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକ ବୈଠକ ହୋଇଥିଲା। ଏଥିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ମନ୍ଥରତା ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓଡ଼ିଶା ସେତୁ ନିର୍ମାଣ ନିଗମର ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ଏଥିସହ ବିଶ୍ୱବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ, ଜଳ ଯୋଗାଣ, ରାସ୍ତାଘାଟ ଆଦି ନିର୍ମାଣ ସହ ପ୍ରାଥମିକତା ଭିତ୍ତିରେ ସମସ୍ତ କାର୍ଯ୍ୟ ଶେଷ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

- Advertisement -

ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରି ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଓ ନାମ ଲେଖା ସହ ପାଠପଢ଼ା ଆରମ୍ଭ ପାଇଁ ସମିତି ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ବିଡିଓ ଶ୍ରୀ ଦାସ ଉପସ୍ଥିତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଏଥିରେ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ଶିବସୁନ୍ଦର ମିଶ୍ର ରାଜି ହେବା ପରେ ଉପସ୍ଥିତ ଅଧିକାରୀ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ୪ଦିନ ମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟରେ ନାମ ଲେଖା ଓ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories