www.samajalive.in
Monday, December 8, 2025
13.1 C
Bhubaneswar

ଭାରତ ଗସ୍ତରେ ଟୁଇଟର ସହ ପ୍ରତିଷ୍ଠାତା ଜ୍ୟାକ୍‍ ଡୋରସି

ନୂଆଦିଲ୍ଲୀ : ଟୁଇଟର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ(ସିଇଓ) ତଥା ସହ ପ୍ରତିଷ୍ଠାତା ଜ୍ୟାକ୍‍ ଡୋରସି ଭାରତ ଗସ୍ତରେ ଆସିଛନ୍ତି। ସେ ସୋମବାର ସକାଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ଜ୍ୟାକ୍‍ ଭାରତରେ ପହଁଞ୍ଚିବା କ୍ଷଣି ଟ୍ୟୁଇଟ୍‍ କରି ଲେଖିଥିଲେ ‘ଦୀର୍ଘଦିନ ଅପେକ୍ଷାର ଅନ୍ତ ଘଟିଛି’। ଡୋରସି ଭାରତରେ ପହଞ୍ଚିବା ପରେ ପ୍ରଥମେ ଧର୍ମ ଗୁରୁ ଦଲାଇ ଲାମାଙ୍କୁ ସାକ୍ଷାତ କରିଥିଲେ। ଡୋରସି ଦଲାଇ ଲାମାଙ୍କୁ ନିଜର ‘ଅଦ୍ଭୁତ ଶିକ୍ଷକ’ ବୋଲି ମାନିଥାଆନ୍ତି। ଏହି ଗସ୍ତ କାଳରେ ସେ ଜୟପୁର ଯିବା ସହ ଦିଲ୍ଲୀ ଆଇଆଇଟିରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ରାହୁଲ ଗାନ୍ଧୀ ଜ୍ୟାକ ଡୋରସିଙ୍କୁ ସାକ୍ଷାତ କରିବା ନେଇ ଟୁଇଟରରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଟୁଇଟର ସହ ପ୍ରତିଷ୍ଠାତାଙ୍କ ସହ ମିଶି ବହୁତ ଖୁସି ଲାଗିଲା। ମିଥ୍ୟା ଖବରକୁ କିପରି ଟୁଇଟରରୁ ରୋକାଯାଇ ପାରିବ ସେ ପ୍ରତିଶୃତି ଦେଇଛନ୍ତି। ଏହି ସମୟରେ ଜ୍ୟାକ୍‍ ରାହୁଲ ଗାନ୍ଧୀଙ୍କୁ ନିଜ ହାତରେ ଆଙ୍କିଥିବା ଟାଟୁକୁ ଦେଖାଇଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories