www.samajalive.in
Monday, December 8, 2025
13.1 C
Bhubaneswar

ଆଜିଠୁ ସ୍ବତନ୍ତ୍ର ୨ୟ ଓଜେଇଇ

ଭୁବନେଶ୍ୱର : ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଏମ୍.ଏସ୍‌ସି କମ୍ପ୍ୟୁଟର ସାଇନ୍ସ, ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌, ବି.ଏସ୍‌ସି ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଦ୍ବିତୀୟ ଓଜେଇଇ ଅନୁଷ୍ଠିତ ହେବ। ଏହି ପରୀକ୍ଷା ୨୬, ୨୭ ଏବଂ ୨୯ ତାରିଖରେ ଦୈନିକ ୪ଟି ଅଧିବେଶନ (ସିଫ୍ଟ)ରେ କରାଯିବ। ପୂର୍ବାହ୍ଣ ୯ଟାରୁ ୧୦ଟା, ପୂର୍ବାହ୍ଣ ସାଢ଼େ ୧୧ଟାରୁ ସାଢ଼େ ୧୨ଟା, ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ଏବଂ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୬ଟା ପରୀକ୍ଷା ସମୟ ରହିଛି। ୨୭ ହଜାର ୩୫୯ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ। ୩୦ ଜିଲାରେ ୪୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଞ୍ଚି, ପାଟଣା ଏବଂ କଲକାତାରେ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଛି। ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ପଦ୍ଧତିରେ କରାଯିବ।
୨୬ରେ ପ୍ରଥମ ତିନୋଟି ସିଫ୍ଟରେ ବି.ଟେକ୍‌ ପାଠ୍ୟକ୍ରମ ପାଇଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପାଠ୍ୟକ୍ରମ ନିମନ୍ତେ ପରୀକ୍ଷା କରାଯିବ। ୨୭ରେ ପ୍ରଥମ ସିଫ୍ଟ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି.ଏସ୍‌ସି ଦ୍ବିତୀୟ ସିଫ୍ଟ ଲାଟେରାଲ ଏଣ୍ଟ୍ରି ବି.ଟେକ, ତୃତୀୟ ସିଫ୍ଟରେ ବି.ଫାର୍ମା ଏବଂ ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପରୀକ୍ଷା କରାଯିବ। ୨୯ରେ କେବଳ ପ୍ରଥମ ସିଫ୍ଟରେ ଏମ୍‌ସିଏ, ଏମ.ଏସସି କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ପାଇଁ ପରୀକ୍ଷା କରାଯିବ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories