www.samajalive.in
Friday, December 12, 2025
19.1 C
Bhubaneswar

ପ୍ରତିଯୋଗୀଙ୍କ କଚଡ଼ା ଖାଇ ରାକ୍ଷୀ ଗୁରୁତର

ପଞ୍ଚକୁଲା : ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ଜଣେ ମହିଳା ପହିଲମାନ ଉଠାଇ ତଳେ କଚାଡ଼ି ଦେବା ଘଟଣା ସୋସିଆଲ ମିଡିଆରେ ଖୁବ୍‍ ଚର୍ଚ୍ଚିତ ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେ ରାକ୍ଷୀଙ୍କୁ ସିଧା ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି।
ପଞ୍ଚକୁଲାରେ ଆୟୋଜିତ ହୋଇଥିବା ସିଡବ୍ଲ୍ୟୁଇ ପ୍ରତିଯୋଗିତାରେ ମହିଳା ପହିଲମାନ ରୋବେଲଙ୍କ ଚ୍ୟାଲେଞ୍ଜ୍‍ ଗ୍ରହଣ କରିବା ରାକ୍ଷୀଙ୍କୁ ମହଙ୍ଗା ପଡ଼ିଗଲା। ମହିଳା ପହିଲମାନ ରୋବେଲ ଅଭିନେତ୍ରୀ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ଖୁବ୍‍ ଜୋରରେ ତଳେ କଚାଡ଼ି ଦେଇଥିଲେ। ପ୍ରାୟ ୫ରୁ ୮ମିନିଟ୍‍ ପର୍ଯ୍ୟନ୍ତ ରାକ୍ଷୀ ରିଙ୍ଗ୍‍ ରେ ପଡ଼ି ରହିଲେ, ହେଲେ ଏବିଷୟରେ ନା ଦର୍ଶକ କିଛି ବୁଝି ପାରିଲେ ନା ସିଡବ୍ଲ୍ୟୁଇର କାର୍ଯ୍ୟକର୍ତ୍ତା। କିଛି ସମୟ ପରେ ଖେଳ ପରିଚାଳକ ତାଙ୍କୁ ଉଠିବାକୁ କହିଲେ ହେଲେ ରାକ୍ଷୀ ଉଠି ପାରି ନଥିଲେ, କାରଣ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଖେଳପରିଚାଳକ ଆୟୋଜକଙ୍କୁ ଏବିଷୟରେ ଜଣାଇବା ପରେ କିଛି ସଦସ୍ୟ ରାକ୍ଷୀଙ୍କୁ ଧରି ବାହାରକୁ ଆଣିଥିଲେ ଓ ଡାକ୍ତରଖାନା ନେଇଥିଲେ। ପ୍ରଥମେ ତାଙ୍କୁ ଜୀରକପୁର ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଥିଲା। ରାକ୍ଷୀଙ୍କ ମେରୁଦଣ୍ଡ ହାଡ଼ରେ ଆଘାତ ଲାଗିଥିବା ଚିକିତ୍ସାରତ ଡାକ୍ତର ସୂଚନା ଦେଇଛନ୍ତି। ଏହି ସମୟରେ ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ।
ତେବେ ରିଙ୍ଗ୍ ରେ ହଠାତ୍‍ ଘଟିଥିବା ଏହି ଘଟଣାକୁ ନେଇ ଦର୍ଶକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିଛି ଦର୍ଶକ ରାକ୍ଷୀଙ୍କ ଆହତ ହେବାକୁ ନେଇ ଚିନ୍ତିତ ଥିଲେ ତ ଆଉ କିଛି ଏହାକୁ ଏକ ପ୍ରଚାରମୁଖୀ ପଦକ୍ଷେପ ବୋଲି କହିଥିଲେ। ସେମାନଙ୍କ କହିବା ଅନୁସାରେ ଏହା ପୂର୍ବରୁ ଅନ୍ୟ ସହର ମାନଙ୍କରେ ଏଭଳି ପନ୍ଥା ଆପଣା ଯାଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories