www.samajalive.in
Sunday, December 14, 2025
14.1 C
Bhubaneswar

ନିୟମଗିରି ପାର୍ସାଲିରେ ମାଓ ପୋଷ୍ଟର

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ନିୟମଗିରି ପାର୍ସ।ଲିରେ ୪ଟି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୁଣି ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି। ନିୟମଗିରି ଉପରେ ହେବାକୁ ଥିବା ପର୍ୟ୍ୟଟନ କେନ୍ଦ୍ର ବନ୍ଦ କରାଯାଉ, ଜଙ୍ଗଲ ଜମି ପାଣିକୁ ସୁରକ୍ଷା ପ୍ରଦାନ,ବେଦାନ୍ତ ଆଲୁମିନା ଦଲାଲ ବନ୍ଦ ହେଉ, ଆଦର୍ଶ ବିଦ୍ୟାଳୟ ଓ ଟିଭି ଡାକ୍ତରଖାନା ପ୍ରତିଷ୍ଠା କରାଯାଉ ପୋଷ୍ଟରରେ ଉଲ୍ଲେଖ କରିବା ସହ ସାଇନିଂ କଳାହାଣ୍ଡି ହେଉଛି ବେଦାନ୍ତର ଦଲାଲ ଓ ଓପିଲିପି ବେଦାନ୍ତର ଏକପ୍ରକାର ଦଲାଲ। ବେଦାନ୍ତକୁ ନିୟମଗିରି ଦେବାପାଇଁ ସରକାର ଲେଣ୍ଡ ବ୍ୟାଙ୍କ ଗଠନକରି ଜଙ୍ଗଲ ଜମିକୁ ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ ଆଗାମୀ ଦିନରେ ବେଦାନ୍ତକୁ ଟେକି ଦେବାପାଇଁ ଯୋଜନା କରିଛନ୍ତି ତାହା ଶୀଘ୍ର ଫେରାଇ ନେବାକୁ ଦାବି କରି ଆନ୍ଦୋଳନକୁ ଜୋରଦାର କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ଉକ୍ତ ପୋଷ୍ଟର ଗୁଡିକ ଡିକେଡିଏ ପାର୍ଶାଲିକ କାର୍ୟ୍ୟଳୟ ସମ୍ମୁଖ ଆମ୍ବ ଗଛ ଓ ପ୍ର।ଚେରୀ କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି । ଶେଷରେସିପିଆଇ ମାଓବାଦୀ ବାଘୁନା ଡିଭିଜନ ବୋଲି ଉଲ୍ଲେଖ ରହିଛି।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories