www.samajalive.in
Thursday, December 11, 2025
13.1 C
Bhubaneswar

କେନ୍ଦୁଝରରେ କାର୍ଯ୍ୟକ୍ଷମ ହେଲା ଅତିରିକ୍ତ ଆୟୁକ୍ତ ବନ୍ଦୋବସ୍ତ ଓ ଚକବନ୍ଦୀଙ୍କ କ୍ୟାମ୍ପ୍ କୋର୍ଟ

କେନ୍ଦୁଝରଗଡ଼ : ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରର ଅତିରିକ୍ତ ଜିଲାପାଳ, ବନ୍ଦୋବସ୍ତଙ୍କ କାର୍ଯ୍ୟାଳୟଠାରେ ଚଳିତମାସ ୨୧ତାରିଖରୁ କାର୍ଯ୍ୟକ୍ଷମ ହୋଇଛି ଆଡିସିନାଲ କମିଶନର ସେଟେଲମେଣ୍ଟ ଓ କନସୋଲିଡେସନ (ଅତିରିକ୍ତ ଆୟୁକ୍ତ ବନ୍ଦୋବସ୍ତ ଓ ଚକବନ୍ଦୀ)ଙ୍କ କ୍ୟାମ୍ପ୍ କୋର୍ଟ। ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମଧୁମିିତା ନାୟକ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରି କ୍ୟାମ୍ପ୍ କୋର୍ଟ ଆରମ୍ଭ କରିଛନ୍ତି। ଜନସାଧାରଣଙ୍କ ହିତ ଓ ସ୍ୱାର୍ଥ ଦୃଷ୍ଟିରୁ ଏବଂ ବକେୟା ପଡିଥିବା ମାମଲା ଗୁଡିକର ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ପର୍ଷଦଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦୁଝରଠାରେ ଅତିରିକ୍ତ କମିଶନର ସେଟେଲମେଣ୍ଟ ଓ କନସୋଲିଡେସନଙ୍କ କ୍ୟାମ୍ପ୍ କୋର୍ଟ ଖୋଲାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର, କେନ୍ଦୁଝର ଜିଲାପାଳ ଏବଂ ଅତିରିକ୍ତ ଜିଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି ଅତିରିକ୍ତ ସଚିବ ଶ୍ରୀମତୀ ନାୟକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ଫଳରେ ଦୀର୍ଘବର୍ଷର ଆବଶ୍ୟକତା ପୂରଣ ହୋଇଛି ଏବଂ ଏହାଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories