www.samajalive.in
Monday, December 8, 2025
24.1 C
Bhubaneswar

କୁଶଙ୍ଗ ରେଞ୍ଜରେ ୩୩ କଲରାପତରିଆ ବାଘ ପାଦଚିହ୍ନ ଠାବ

ହରଭଙ୍ଗା : ପ୍ରତିବର୍ଷ ଭଳି ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା (ପଶ୍ଚିମ)ଭଳି ୪ଟି ରେଞ୍ଜରେ ଚଳିତବର୍ଷ ପ୍ରାକ୍ ମୌସୁମୀ ବାଘ ଗଣନା କାର୍ଯ୍ୟକ୍ରମ ଗୁରୁବାର ଶେଷ ହୋଇଛି। ଚଳିତ ବର୍ଷ ଛଅଦିନଧରି ଡିଜିଟାଲ ସର୍ଭେ, ଆପ ମାଧ୍ୟମରେ ଏହି ଗଣନା କାର୍ଯ୍ୟ ଚାଲିଥିଲା। ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ଟି ବିଟରେ ୩୩ଜଣ, ଛାମୁଣ୍ଡିଆ ରେଞ୍ଜର ୧୧ଟି ବିଟରେ ୩୩ଜଣ, ବାଣିଗୋଛା ୭ଟି ବିଟରେ ୨୧ଜଣ ଏବଂ କୁଆଁରିଆ ୭ଟି ବିଟରେ ୨୧ଜଣକୁ ମିଶାଇ ମୋଟ ୩୬ଟି ବିଟରେ ୧୦୮ ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଥିଲେ। ଏଥିପାଇଁ ୫୪୦ଟି ସ୍ଥାନରେ (ପି.ଆଇ.) ପାଦଚିହ୍ନ ନିରୀକ୍ଷଣ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟେକ ବିଟରେ ୩ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଥିଲେ ।

- Advertisement -

ଗୋଟିଏ ଗୋଟିଏ ଟ୍ରାନଜିଟ ଲାଇନର ଦୂରତା ୨କିଲୋମିଟର ରହିଥିଲା। ତିନିଜଣିଆ ଟିମ୍ ଭୋର ସକାଳୁ ସକାଳୁ ଅଭୟାରଣ୍ୟ ମଧ୍ୟରେଥିବା ବିଭିନ୍ନ ବିଟ ଅଂଚଳରେ ବୁଲି ବୁଲି ବନ୍ୟପ୍ରାଣୀଙ୍କ ସଂପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ପାଦଚିହ୍ନ, ମଳ, ଗର୍ଜ୍ଜନ, ରାମ୍ପୁଡା ଦାଗକୁ ଚିହ୍ନଟ କରି ଡିଜିଟାଲ ସର୍ଭେ ଏବଂ ଇକୋଲୋଜିକାଲ ମୋବାଇଲ ଆପ୍ ସାହାଯ୍ୟରେ ବିଭିନ୍ନ ପ୍ରଜାତିର ବାଘ ତଥା ମାଂସାଶୀ ପ୍ରାଣୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯାଇଛି। ଗଣନାକାର୍ଯ୍ୟ ଶେଷପରେ କୁଶଙ୍ଗ ବନ୍ୟପ୍ରାଣୀ ରେଞରେ ୩୩ କଲରାପତରିଆ ବାଘଙ୍କ ପାଦଚିହ୍ନ ଠାବ ହୋଇଛି। ସେହି ପରିମାଣରେ ହାତୀ, ବାରହା,ସମ୍ବର, କୁଟୁରା, ଠେକୁଆ, ଗୟଳ, ଝିଙ୍କ, ନେପାଳି ମୂଷା, ମୟୁରଭଳି ମାଂସାସୀ ଏବଂ ତୃଣଭୋଜୀ ଭଳି ବନ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧିପାଉଥିବା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories