www.samajalive.in
Thursday, December 11, 2025
13.1 C
Bhubaneswar

କାତାରରେ କୋରାପୁଟର କେଶବ

କୋରାପୁଟ: ସରକାରୀ ଯୋଜନା ବଦଳାଇଦେଲା ଗାଁଉଲି ପିଲାର ଭାଗ୍ୟ। ଚାକିରି ପାଇଁ ଗାଁରୁ ସହର ଯିଏ ବୁଲୁଥିଲେ, ତାଙ୍କ ପାଇଁ ଚାକିରି ମରୀଚିକା ଥିଲା। ଦିନକୁ ଦିନ ସେ ନିରୁତ୍ସାହିତ ହୋଇପଡ଼ିଥିଲେ। ସାମାଜିକ ବ୍ୟବସ୍ଥା ଉପରୁ ମୁହଁ ଫେରାଇ ଆସୁଥିବାବେଳେ ପାଇଲେ ସରକାରୀ ଯୋଜନାର ସନ୍ଧାନ। ଏହି ଯୋଜନା ତାଙ୍କୁ ଯୋଗାଇଦେବ ଚାକିରି ସେ କଳ୍ପନା ମଧ୍ୟ କରିପାରି ନ ଥିଲେ। ଦୀନଦୟାଲ ଉପାଧ୍ୟାୟ ଯୋଜନାରେ ମାତ୍ର ତିନିମାସର ତାଲିମ ନେଇ ଗାଁର ଏହି ବେକାରୀ ଯୁବକ ବିଦେଶରେ ଚାକିରି ପାଇ ଆଜିର ଯୁବ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି। ସୁଯୋଗର ସଦୁପଯୋଗ କଲେ ପରିଶ୍ରମ ସାର୍ଥକ ହୋଇଥାଏ। ସାମାନ୍ୟ ସୁଯୋଗ ହିଁ ମଣିଷର ଗତିପଥ ବଦଳାଇଦିଏ। ଏହା ପ୍ରମାଣ କରି ଦେଖାଇଛନ୍ତି କୋରାପୁଟ ଜିଲାର କେଶବ। ଆଦିବାସୀ ଅଧ୍ୟୁଷିତ ଏହି ଗାଁର ଯୁବକ କୋରାପୁଟରୁ କତାରରେ ପହଞ୍ଚିପାରିଥିବାବେଳେ ଛୁଟିରେ ଗାଁକୁ ଫେରିବା ପରେ ତାଙ୍କୁ ନେଇ ଗାଁ ଲୋକଙ୍କ ଖୁସି କାହିଁରେ କ’ଣ।


କୋରାପୁଟ ସେମିଳିଗ୍‍ୁଡା ବ୍ଲକ୍‍ ଲୁହାବା ଗାଁର କେଶବ ଦୁରିୟା। ଦିନେ ବେକାର ହୋଇ ବୁଲୁଥିବା କେଶବ ଆଜି ବିଦେଶରେ ଚାକିରି ପାଇପାରିଛନ୍ତି। ଚାକିରିରୁ ଛୁଟିରେ ସେ ଫେରିଥିବାବେଳେ ଏବେ ଗାଁ ଲୋକଙ୍କ ପାଇଁ ସେ ସେଲିବ୍ରିଟିଠୁ ବି କମ୍‍ ନୁହନ୍ତି। କୋରାପୁଟ ଜିଲାର କେଶବଙ୍କ ନୂଆ ଠିକଣା ଏବେ କତାର। କିଛିଦିନ ପୂର୍ବରୁ କେଶବ ଥିଲେ ବେକାର। ତାଙ୍କ ପରିଚୟ କହିଲେ ଆଇଟିଆଇ ତାଲିମପ୍ରାପ୍ତ ଜଣେ ଗାଉଁଲି ବେକାରୀ। ଆଇଟିଆଇ ସାରିବା ପରେ କାମ ଅନ୍ୱେଷଣରେ ଥିଲେ ସେ। ଚାକିରି ଖଣ୍ଡିଏ ପାଇଁ ବହୁ ଚେଷ୍ଟା କରି ସେ ବିଫଳ ହୋଇଥିଲେ। ତେବେ କୌଣସିଠାରୁ ତାଙ୍କୁ ଚାକିରି ମିଳି ନ ଥିଲା। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜକୁ ଗଢ଼ିବାର ସୁଯୋଗ ପାଇଥିଲେ କେଶବ। ସରକାରଙ୍କ ପକ୍ଷରୁ ଚାଲିଥିବା ଦୀନଦୟାଲ୍‍ ଉପାଧ୍ୟକ୍ଷ ଗ୍ରାମୀଣ କୌଶଲ ଯୋଜନା(ଡିଡିୟୁଜିକେୱାଇ)ରେ ୩୦ଟି ବିଭିନ୍ନ ବିଭାଗରେ କୌଶଳର ତାଲିମ ଦିଆଯାଉଥିବା ସେ ଜାଣିବାକୁ ପାଇଥିଲେ। ସେଠାରେ ସେ ତାଲିମ ନେଇଥିଲେ। ତିନିମାସିଆ ତାଲିମ ଶେଷ ହେବା ପରେ ହିଁ କତାରର ଏକ ଘରୋଇ କମ୍ପାନୀରୁ ତାଙ୍କୁ ଏକ ନିଯୁକ୍ତିପତ୍ର ମିଳିଥିଲା। କେଶବଙ୍କୁ ମିଳେ କତାରରେ ଚାକିରି। ସ୍ୱପ୍ନ ସତ ହୋଇ ସାମ୍ନାକୁ ଆସେ। ଆଉ ଗୋଟିଏ ବର୍ଷର ଚାକିରି ଜୀବନ ଭିତରେ ସେ ବେଶ୍‍ କିଛି ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି। ଦୀର୍ଘଦିନ ପରେ ଗାଁକୁ ଆସିଛନ୍ତି ସେ। ମହିଳାଙ୍କ ପାଇଁ ବିଦେଶୀ ଶାଢ଼ି, ବୃଦ୍ଧବୃଦ୍ଧାଙ୍କ ପାଇଁ କମ୍ବଳ ଏବଂ ଗାଁର ଭଲିବଲ ଖେଳୁଥିବା ପିଲାଙ୍କ ପାଇଁ ପୋଷାକ ଆଣିଦେଇଛନ୍ତି କେଶବ। ଜୀବନର ଅନେକ ଅପୂରଣୀୟ ସ୍ୱପ୍ନକୁ ସାକାର କରିବାର ସ୍ୱପ୍ନ ଦେଖୁଛନ୍ତି କେଶବ। କେଶବ ଗାଁକୁ ଫେରିବା ପରେ ଗାଁରେ ଏବେ ଖୁସିରେ ଲହରି। ଯେଉଁ ତାଲିମ ଶିବିରରେ କେଶବ ଦିନେ ତାଲିମ ନେଉଥିଲେ ଏବେ ସେହି ଶିବିରରେ ଅନ୍ୟମାନଙ୍କୁ ବାଣ୍ଟୁଛନ୍ତି ସଫଳତାର ମନ୍ତ୍ର। ଅନ୍ୟମାନଙ୍କ ପାଖରୁ ଉଦାହରଣ ନେଉଥିବା କେଶବ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ ସଫଳତାର କାହାଣୀ ଆଜି ଅନ୍ୟମାନଙ୍କ ପାଇଁ ଆଗକୁ ବଢ଼ିବାର ଇଚ୍ଛାଶକ୍ତି ସୃଷ୍ଟି କରାଇପାରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories