www.samajalive.in
Monday, December 8, 2025
24.1 C
Bhubaneswar

୧୯ରୁ +୨ ତତ୍କାଳ ପରୀକ୍ଷା ଫର୍ମ ପୂରଣ, ଜୁଲାଇ ୧୩ରେ ପରୀକ୍ଷା

ଭୁବନେଶ୍ବର: ଯୁକ୍ତଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ୧୯ ତାରିଖରୁ ତତ୍କାଳ (ଇନଷ୍ଟାଣ୍ଟ) ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ। ଏହି ପ୍ରକ୍ରିୟା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ, ୨୭ରୁ ୨୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଫି’ ପୈଠ ହେବ। ଅଣ-ପ୍ରାକ୍ଟିକାଲ ବିଷୟ ପାଇଁ ଆବେଦନ କରୁଥିଲେ ୫୨୦ ଟଙ୍କା, ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର (ବାୟୋଲୋଜିକୁ ବାଦ୍ ଦେଇ) ଲାଗି ଆବେଦନକାରୀଙ୍କୁ ୫୬୦ ଟଙ୍କା ଏବଂ ବାୟୋଲୋଜି ବିଷୟ ପାଇଁ ଆବେଦନକାରୀଙ୍କ ପାଇଁ ୬୪୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ଜୁଲାଇ ୧୩ ଏବଂ ୧୪ରେ ତତ୍କାଳ ପରୀକ୍ଷା ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଏଗ୍ରିଗେଟ୍ ୨୧୦ ନମ୍ବର ରଖି ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ୧୨୨୭ ଛାତ୍ରଛାତ୍ରୀ ତତ୍କାଳ ପରୀକ୍ଷା ଦେଇପାରିବେ। ଅନ୍ୟପକ୍ଷରେ ଯୁକ୍ତଦୁଇ ବାର୍ଷିକ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀଙ୍କ କମ୍ ନମ୍ବର ରହିଥିବା ଅଭିଯୋଗ କରିଛନ୍ତି, ସେମାନଙ୍କ ଲାଗି ରିଆଡିସନ୍ ବା ପୁନଃଯାଞ୍ଚ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ଜଣାପଡ଼ିଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories