www.samajalive.in
Wednesday, December 10, 2025
26.1 C
Bhubaneswar

ଗ୍ରାମର ଉନ୍ନୟନ କାର୍ଯ୍ୟରେ ଅବହେଳା, ପ୍ରତିବାଦରେ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକ କିନାଲୋଇ ପଞ୍ଚାୟତ ଅନ୍ତର୍ଗତ ମାଣିକମୁଣ୍ଡା ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା କରିଆସୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀରେ ଆଜି ଗ୍ରାମବାସୀ ତାଲା ଝୁଲାଇ ଦେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ଗ୍ରାମବାସୀଙ୍କ ଦ୍ବାରା ସମ୍ପନ୍ନ କରାଯାଇ ଥିବା ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ମଞ୍ଜୁର ମାଣିକମୁଣ୍ଡା କଟାର ଉନ୍ନତି କରଣ ପାଉଣା ଦେବା, ମାଣିକମୁଣ୍ଡା ବଡ଼ କଟାରେ ମଞ୍ଜୁର ହୋଇଥିବା ପାଚେରୀ ନିର୍ମାଣ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିବା କାର୍ଯ୍ୟକୁ କରିବାରେ ଅବହେଳାରେ ପ୍ରଦର୍ଶନ କରାଯାଇଛି। ଦୀର୍ଘଦିନରୁ ଗ୍ରାମବାସୀ ଗାଧୁଆ ବନ୍ଧ ଭାବରେ ବ୍ୟବହାର କରୁଥୁବା ବନ୍ଧକୁ ଗ୍ରାମବାସୀଙ୍କ ଅଜ୍ଞାତରେ ମାଛ ଚାଷ ପାଇଁ ନିଲାମ କରେଇବା ବିଭାଗୀୟ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ମନମୁୁୁଖୀ କାର୍ଯ୍ୟକଳାପ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚିିତ ଯେ ଗ୍ରାମବାସୀ ଉପରୋକ୍ତ ସମସ୍ୟାର ପ୍ରତିକାର ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିବା ସହିତ ଜନ ଶୁଣାଣୀ ପୋର୍ଟାଲରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା। ତେଣୁ ଗତ ୪ ତାରିଖରେ ଉପରୋକ୍ତ ସମସ୍ୟାର ୫ଦିନ ମଧ୍ୟ୍ୟରେ ବିହିତ ସମାଧାନ ମୂଳକ ପଦକ୍ଷେପ ନେବା ପାଇଁ ଟ୍ୱିଟର୍ ମାଧ୍ୟ୍ୟମରେ ଜିଲାପାଳ, ବିଡ଼ିଓ, ସରପଞ୍ଚ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ସମାଧାନ ନ କଲେ ଗ୍ରାପରେ ତାଲା ଦେବାକୁ ଚେତାବନୀ ଦିଆଯାଇଥିଲା। ୫ଦିିନ ମଧ୍ୟରେ କୌଣସି ସମାଧାନ ନ ହେବାରୁୁୁ ଆଜି ପଞ୍ଚାୟତ ଅଫିସରେ ତାଲା ଝୁଲାଇଥିବାର ଜଣାପଡିଛି।

- Advertisement -

ଏସଂକ୍ରାନ୍ତ ରେ ଗ୍ରାମବାସୀ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଦରଖାସ୍ତ ଲେଖି ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ମୁଖ୍ୟ ଶାସନ ସଚିବ ତଥା ୫ଟି ସଚିବଙ୍କ ଡିଜିଟାଲ ସେବାରେ ଗ୍ରାମବାସୀ ଅତ୍ୟନ୍ତ ଖୁସି ଅଟନ୍ତି ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ଏପରି କେତେକ କର୍ମଚାରୀ ଅଛନ୍ତି ଯେଉଁ ମାନେ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟରେ ଅବହେଳା କରି ସରକାରଙ୍କ ପ୍ରତି ଘୃଣାଭାବ ଉତ୍ପନ୍ନ କରିବାକୁ ଚେଷ୍ଟା କରୁଅଛନ୍ତି l ତେଣୁ ଏହି ବିଷୟ କୁ ଗୁରୁତ୍ୱ ଦେଇ ସରକାରଙ୍କ ପ୍ରତି ଥିବା ଗ୍ରାମବାସୀଙ୍କର ଥିବା ଆଶା, ଆକାଂକ୍ଷା, ଆଦର, ସମ୍ମାନ କୁ ଚିରସ୍ଥାୟୀ କରି ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଅନୁରୋଧ କରି ଟ୍ୱିଟର୍ ମାଧ୍ୟମ ରେ ଅନୁରୋଧ କରିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories