BJD Bijuli 480×75 Mob

ପ୍ରତି ପଞ୍ଚାୟତ ସମ୍ମୁଖରେ ଧାରଣା ଦେବ ନବ ନିର୍ମାଣ କୃଷକ ସଙ୍ଗଠନ

BJD Bijuli 480×75 Mob
0

ଭୁବନେଶ୍ବର: ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଆସନ୍ତା ୧୨ ତାରିଖରୁ ରାଜ୍ୟର ପ୍ରତି ପଞ୍ଚାୟତ ଆଗରେ ଧାରଣା ଦେବାର ନିଷ୍ପତ୍ତି ନେଇଛି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେହିପରି ୧୫ ତାରିଖରୁ କୃଷକ ସଂଗଠନ ରାଜ୍ୟର ପ୍ରତି ଥାନା ସମ୍ମୁଖରେ ଧାରଣା ଦେବାର ନିଷ୍ପତ୍ତି ନେଇଛି। ଅକ୍ଷୟ କୁମାର କହିଛନ୍ତି, ‘ଯଦି ରାଜଧାନୀ ସରକାରଙ୍କର, ତେବେ ଗାଁ ଆମର’। ଯଦି ଚାଷୀଙ୍କୁ ରାଜଧାନୀ ମନା ତେବେ ନେତାମାନଙ୍କୁ ଗାଁ’କୁ ପଶିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ହଜାର ହଜାର ଚାଷୀ ଦୀର୍ଘ ୭ ଦିନ ଧରି ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ହେଲେ ପ୍ରଶାସନ ଏମାନଙ୍କୁ ରାଜଧାନୀ ଭିତରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଏହି ସମୟରେ ପୁଲିସ ଓ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଆନ୍ଦୋଳନକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ନବ ନିର୍ମାଣ କୃଷକ ସଂଗଠନ ।

Leave A Reply