www.samajalive.in
Monday, December 8, 2025
13.1 C
Bhubaneswar

ମାଓଗଡ଼ରେ ମୋଦୀ

ନୂଆଦିଲ୍ଲୀ: ଛତିଶଗଡ଼ରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରଚାର ଅଭିଯାନ ଓ ଭୋଟରଙ୍କୁ ପ୍ରଭାବିତ କରିବାର ଉଦ୍ୟମ ଜାରି ରଖିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ରାଜ୍ୟରେ ମନୋନୀତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁକ୍ରବାର ମାଓଗଡ଼ ବସ୍ତରରେ ନିର୍ବାଚନ ପ୍ରଚାର କରିବେ। ସକାଳ ୧୧.୨୦ରେ ମୋଦୀ ବିମାନରେ ରାୟପୁର ପହଞ୍ôଚବା ପରେ ସେଠାରୁ ହେଲିକପ୍ଟରରେ ଜଗଦଲପୁର ଦେଇ ବସ୍ତର ଅଭିମୁଖେ ଯାଇଛନ୍ତି।
ବିଜେପି ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜଗଦଲପୁରରେ ମୋଦୀ ଏକ ସାଧାରଣ ସଭାରେ ଭାଷଣ ଦେବା ପରେ ଅପରାହ୍ଣ ୩.୨୫ରେ ରାୟପୁର ଯିବେ। ସେଠାରୁ ମୋଦୀ ପୁଣି ବିମାନରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଓ ଶନିବାର ଛତିଶଗଡ଼ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି। ଶୁକ୍ରବାର ସକାଳ ୧୧ଟାରେ ରାହୁଲ ଗାନ୍ଧି ବିମାନରେ ରାୟପୁରରେ ପହଞ୍ôଚବା ପରେ କୋଙ୍କର ଜିଲାର ପଙ୍ଖାଜୁର ଅଞ୍ଚଳରେ ସାଧାରଣ ସଭାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।
ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନଭେମ୍ବର ୧୨ରେ ବସ୍ତର କ୍ଷେତ୍ରର ୭ଟି ଜିଲାରେ ନିର୍ବାଚନ ହେବ। ବିଜେପି ପକ୍ଷରୁ ରମଣ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ଥିବାବେଳେ କଂଗ୍ରେସ ପକ୍ଷରୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜି କରୁଣା ଶୁକ୍ଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories