www.samajalive.in
Saturday, December 6, 2025
26.1 C
Bhubaneswar

ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି

କେସିଙ୍ଗା : କେସିଙ୍ଗା ଏନ୍ଏସି ଜଗନ୍ନାଥ ପଡାରେ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି। ପରିବାର ବର୍ଗଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଡକାୟତ ମାନେ ନଗଦ ଟଙ୍କା ସହ ସୁନା ଲୁଟ୍‌‌ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ କେସିଙ୍ଗା ଜଗନ୍ନାଥ ପଡାରେ ରହୁଥିବା ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘରୁ ଡକାୟତି ହୋଇଥିବା କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି। ସୁଭାଷ ଘରେ ପରିବାର ବର୍ଗଙ୍କ ସହ ଶୋଇଥିବା ବେଳେ ରାତି ପ୍ରାୟ ୨ ଟାରେ ଡକାୟତ ମାନେ ଘର ପଛପଟୁ ତାଙ୍କ ରୋଷେଇ ଘର ଦେଇ ଘର ଭିତରକୁ ପଶିଥିଲେ। ପରେ ପରିବାର ବର୍ଗଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ସମସ୍ତଙ୍କୁ ବାନ୍ଧି ଦେଇଥିଲେ। ଏହାପରେ ଘରୁ ନଗଦ ୬ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଧରି ଫେରାର ହୋଇ ଯାଇଥିଲେ। ସିସିଟିଭି ଲାଗିଥିବାରୁ କ୍ୟ।ମେରା ଗୁଡିକୁ ଢାଙ୍କି ଦିଆଯାଇଥିବା ଦେଖିବାକୁ ମିଳିଛି। ସିସିଟିଭିର ହାର୍ଡଡିକ୍ସକୁ ମଧ୍ୟ ଡକାୟତମାନେ ନେଇ ଯାଇଥିବା ଜଣା ପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଦଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories