www.samajalive.in
Friday, December 12, 2025
19.1 C
Bhubaneswar

ବ୍ଳାଷ୍ଟିଙ୍ଗରେ ଭାଙ୍ଗିଲା ଘର, ଗ୍ରାମବାସୀଙ୍କ ଆନ୍ଦୋଳନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତରେ ଥିବା ଏନଏଲସି କମ୍ପାନୀର ତଲବିରା ୨ ଓ ୩ କୋଇଲା ଖଣି ଖନନରେ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ଳାଷ୍ଟିଙ୍ଗ୍ ଯୋଗୁଁ ବୁଧିଆପାଲି, ଖତୁପଡା, ମୁଣ୍ଡାପଡା, ନୂଆଁ ଖିଣ୍ଡା ଗ୍ରାମର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଏହି ବ୍ଲଷ୍ଟିଂ ଯୋଗୁଁ ଜନୈକ ଗୁଣ ସାଗର ବୁଦ୍ଧିଆଙ୍କ ଘରର ଛାତ ଭାଙ୍ଗି ଥିବାର ଜଣାପଡିଛି। ଏଥିଯୋଗୁଁ ଉତ୍ୟକ୍ତ ଗ୍ରାମବାସୀ କମ୍ପାନୀର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରି କ୍ଷତିପୂରଣ ଦାବୀ କରିବା ସହିତ ବ୍ଳାଷ୍ଟିଙ୍ଗ୍ ବନ୍ଦ କରିବାକୁ ଦାବୀ କରିଥିଲେ। ଲୋକଙ୍କୁ ବିସ୍ଥାପିତ ଓ ଥଇଥାନ ନ କରି ପ୍ରଶାସନକୁ ହାତବାରିସୀ କରି କମ୍ପାନୀ କୋଇଲା ଖନନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ଲାଷ୍ଟିଂ ଚଳାଇଛି ବୋଲି କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରିଛନ୍ତି। କମ୍ପାନୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ ନହେବାଯାଏ ବ୍ଳାଷ୍ଟିଙ୍ଗ୍ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ଜଣାପଡିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories