www.samajalive.in
Friday, December 12, 2025
19.1 C
Bhubaneswar

ବଜ୍ରପାତରେ ୩୦ରୁ ଉର୍ଦ୍ଧ୍ଵ  ଛେଳି ମୃତ, ଜଗୁଆଳି ଗୁରୁତର

ପାତ୍ରପୁର: ତ୍ରପୁର ବ୍ଳକ ତୁରୁବୁଡ଼ି ପଂଚାୟତ କୃଷ୍ଣପୁର ବାହୁଦା ନଦୀ ପାର୍ଶ୍ଵରେ ଏକ ଛେଳି ଗୋଠ ନିକଟରେ ବଜ୍ରପାତ ଘଟି ୩୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଛେଳି ଜଗୁଆଳି (ଛେଳି ଆଳ) ଗୁରୁତର ହୋଇଥିବା ଜଣାଯାଇଛି । ଛେଳି ଆଳ ଜଣକ କେ. ପ୍ରକାଶ(୬୭) ବୋଲି ଜଣାପଡିଛି। ବୁଧବାର ତୁରୁବୁଡି ଗ୍ରାମରୁ କେ. ପ୍ରକାଶ, ଶିବୁ ନାଇକ, ଶରତ ନାଇକ ମିଶି ଛେଳି ଚରାଇବାକୁ ନେଇ ଥିଲେ। ଅପରାହ୍ନରେ ବୈଶାଖୀ ଦେଖି ଛେଳିକୁ ନେଇ କର୍ଷ୍ଣପୁର ବାହୁଦା ନଦୀ ପାର୍ଶ୍ଵ ବଟବୃକ୍ଷ ନିକଟରେ ରଖିଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ୩୦ରୁ ଉର୍ଦ୍ଧ୍ଵ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଛେଳି ଆହତ ହେଇ ଥିବା ଜଣା ପଡିଛି। ତେବେ ନିକଟରେ ଥିବା ଛେଳି ଜଗୁଆଳି କେ. ପ୍ରକାଶ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ। ଗ୍ରାମବାସୀ ଖବର ଶୁଣି ତାଙ୍କୁ ଗ୍ରାମକୁ ଆଣିବା ପରେ ୧୦୮ଯୋଗେ ପାତ୍ରପୁର ଡାକ୍ତର ଖାନାକୁ ନିଆ ଯାଇଛି। ପ୍ରାଣୀ ଚିକିତ୍ସାକ ପହଞ୍ଚି ଆହତ ଛେଳିଙ୍କ ଚିକିତ୍ସା ଆରମ୍ଭ କରି ଛନ୍ତି । ଏହି ସମସ୍ତ ତିନି ଜଣ ଗରିବ।  ଏମାନେ ପାଳନ କରିଥିବା ଛେଳିଙ୍କର ମୃତ୍ୟୁ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories