ଚୌଦ୍ୱାର: ସ୍ଥାନୀୟ ଓଟିଏମ ବଜାରର ଏକ ପୋଲ ତଳୁ ଜନୈକ ଯୁବକଙ୍କ ମୃତଦେହକୁ ଚୌଦ୍ୱାର ପୁଲିସ ରବିବାର ଦିନ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ଦୁର୍ଗାବଜାରର କୈଳାସ ବେହେରା(୪୨)। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ କୈଳାସ ସେହି ବଜାରରେ ଥିବା ଏକ ଛୋଟ ପୋଲ ଉପରେ ପ୍ରାୟତଃ ବସିଥାନ୍ତି। ରବିବାର ମଧ୍ୟ ସେ ସେହି ପୋଲ ଉପରେ ବସିଥିବାର ଦେଖିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ହେଲେ କେତେବେଳେ କୈଳାସ ପୋଲ ତଳକୁ ଖସି ମୃତ୍ୟୁବରଣ କରିଛନ୍ତି ତାହା କେହି ଦେଖିନଥିବା କୁହନ୍ତି। କିଛି ଲୋକ ଦିନ ପ୍ରାୟ ୧୨ଟା ସମୟରେ କୈଳାସର ମୃତଦେହ ପୋଲ ତଳେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଜାରୀ ରଖିଛି। ତେବେ ପୂର୍ବରୁ କୈଳାସଙ୍କ ବାତ ରୋଗ ଥିଲାବୋଲି ତାଙ୍କ ସମ୍ପର୍କୀୟଙ୍କ ସୁତ୍ରରୁ ପ୍ରକାଶ।
Popular Categories



