www.samajalive.in
Monday, December 8, 2025
27.1 C
Bhubaneswar

ବେଆଇନ ମାଟି ଚାଲାଣ କରୁଥିବା ହାଇୱା ଟ୍ରକ ଓ ଜେସିବି ଜବତ, ୨ ଗିରଫ

ପିପିଲି: ପିପିଲି ଥାନା ଅନ୍ତର୍ଗତ କଣ୍ଟି ପଞ୍ଚାୟତ ଅଞ୍ଚଳରେ ପିପିଲି ପୁଲିସ ଚଢାଉ କରି ବେଆଇନ ଭାବେ ମାଟି ଚୋରା ଚାଲାଣ କରୁଥିବା ଏକ ହାଇୱା ଟ୍ରକ୍‌‌ ଓ ଜେସିବି ଯନ୍ତ୍ରକୁ ଜବତ କରିବା ସହ ଏଥିରେ ସଂପୃକ୍ତ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଦ୍ୱୟ ହେଲେ ନିକଟବର୍ତ୍ତି କାକୁଡିଆ ଗ୍ରାମର କାହ୍ନୁଚରଣ ବେହେରା (୩୯) ଓ କଣାସ ଥାନା ସିରେଇ ଗ୍ରାମର ବିଜୟ କୁମାର ସାହୁ (୩୯)। ପୁଲିସ ଉଭୟଙ୍କୁ ବୁଧବାର ଅପରାହ୍ନରେ ଅଦାଲତ ଚାଲାଣ କରିଛି।

ସୂଚନା ମୁତାବକ, କଣ୍ଟି ମୌଜାରେ ଥିବା ଏକ ଇଟାଭାଟି ନିକଟ ବେଣାବିଲି ଅଞ୍ଚଳରୁ ବେଆଇନ୍‌‌ ଭାବେ ଜେସିବି ଦ୍ୱାରା ମାଟି ଖୋଳି ଚୋରାଚାଲାଣ କରାଯାଉଥିବା ସଂପର୍କରେ ପିପିଲି ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଥାନା ନିରୀକ୍ଷକ ଅଭିମନ୍ୟୁ ନାୟକଙ୍କ ନିର୍ଦ୍ଦେଶରେ ପୁଲିସ୍‌‌ର ଏକ ସ୍ୱତନ୍ତ୍ର ଦଳ ସେଠାରେ ଚଢାଉ କରି ଏକ ଜେସିବି ଓ ହାଇୱା ଟ୍ରକ୍‌‌କୁ ଜବତ କରିଥିଲେ। ଏଥିରେ ସଂପୃକ୍ତ ଥିବା ଉଭୟ ଯୁବକଙ୍କୁ ପୁଲିସ ସେଠାରୁ ଗିରଫ କରିଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories