www.samajalive.in
Monday, December 8, 2025
16.1 C
Bhubaneswar

କର୍ମ ଆଗରେ ହାର ମାନିଛି ବୟସ

ଗୁଣପୁର : ଅକାଳରେ ପୁଅ ଓ ସ୍ୱାମୀ ମୃତ୍ୟୁବରଣ କରିଛନ୍ତି। ବୟସ ୮୫ବର୍ଷ। ପରିବାର ଭରଣପୋଷଣ ନିମନ୍ତେ ପରିଣତ ବୟସରେ ଅଣ୍ଟା ଭିଡି ଛୋଟିଆ ବରା, ପକୁଡି ଦୋକାନ କରିଛନ୍ତି। କର୍ମ ଆଗରେ ବୟସ ହାର ମାନି ନେଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ବ୍ଲକ ଜିରା ଗ୍ରାମରେ।
ସ୍ଥାନୀୟ ଜିରା ଗ୍ରାମର ଅମ୍ବିକା ଦାଶ। ଗତ ୧୦ ବର୍ଷ ତଳେ ସ୍ୱାମୀ ପୁରୁଷୋତ୍ତମ ଦାଶ ରୋଗରେ ପୀଡିତ ହୋଇ ଆର୍ଥିକ ଅନଟନରେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିଲେ। ତାପରେ ପୁଅ ନବୀନ ଦାଶ ହଠାତ୍‌‌ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ। ସାନ ପୁଅ ରଘୁନାଥ ଭିକ୍ଷାବୃତ୍ତି କରନ୍ତି। ସ୍ୱାମୀ ଓ ପୁଅକୁ ହରାଇ କିଛି ଦିନ ଅମ୍ବିକା ମାନସିକ ଚିନ୍ତାରେ ପଡିଥିଲେ। ବିଧବା ବୋହୁ ଓ ପିଲାଛୁଆ ଚଳଣୀର ଅଭାବ ଯୋଗୁଁ ୮୫ବର୍ଷରେ ବୁଢୀ ଅମ୍ବିକା ଗାଁ ମଝିରେ ଝୁମ୍ପୁଡି ଘରେ ଛୋଟିଆ ବ୍ୟବସାୟ ଆରମ୍ଭ କରନ୍ତି। ଜାଲେଣୀ ନିମନ୍ତେ କାଠ କ୍ରୟ କରି ଅସହ୍ୟ ଗ୍ରୀଷ୍ଣକୁ ଖାତିର ନକରି ସକାଳ ହେଲେ ଏହି ବୃତ୍ତିରେ ନିଜକୁ ନିୟୋଜିତ କରି ଦିଅନ୍ତି। ପ୍ରଚଣ୍ଡ ଗରମରେ ନିଆତାତିରେ ପରିଣତ ବୟସରେ କାମ କରିବା  ସହଜ ନଥିବାବେଳେ ମୁଣ୍ଡର ଝାଳ ପଣତକାନିରେ ପୋଛି କର୍ମ କରିବା ଭଳି ବିକଳ ଦୃଶ୍ୟ ଅମ୍ବିକାଙ୍କ ପାଖରେ ଦେଖିବାକୁ ମିଳିଛି। ଦିନକୁ ୧୫୦ରୁ ୨୦୦ଟଙ୍କା ବରା, ପକୁଡି ବିକ୍ରି ହେଉଥିବା ବେଳେ ସେଥିରୁ ୫୦ଟଙ୍କା ଲାଭ ହେଉଥିବା ଅମ୍ବିକା ପ୍ରକାଶ କରିଛନ୍ତି। ଉକ୍ତ ୫୦ଟଙ୍କା ଓ ସରକାର ବିଧବାଭତ୍ତା ବାବଦରେ ୫ଶହ ଟଙ୍କା ପ୍ରଦାନ କରୁଥିବା ଉକ୍ତ ଟଙ୍କାରେ ପରିବାର ଗୁଜୁରାଣ ମେଣ୍ଟାଉଥିବା ସୂଚନା ଦେଇଛନ୍ତି। ପରିଣତ ବୟସରେ ଅମ୍ବିକା ଉଜୁଡି ଯାଉଥିବା ସଂସାରାକୁ ଦୁଇ ଓଳା ଖାଦ୍ୟ ଯୋଗାଉଥିବାରୁ ବିଭିନ୍ନ ଲୋକ ସଲାମ କରୁଛନ୍ତି। ବଳ, ବୟସ ଥିବା ଯାଏଁ ଏହି ଛୋଟିଆ ଦୋକାନ କରି ପରିବାର ଚଳାଇବି ବୋଲି ମତବ୍ୟକ୍ତ କରିଛନ୍ତି। ବୟସର ଅପରାହ୍ନରେ ମଧ୍ୟ ଅମ୍ବିକାଙ୍କ କର୍ମ ଆଗରେ କେବେ ଅବହେଳା କରିନାହାନ୍ତି।  ତାଙ୍କ ପାଖରେ କର୍ମ କଣ ତାହା ଶିଖିବାର କଥା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories