www.samajalive.in
Sunday, December 14, 2025
14.1 C
Bhubaneswar

ବୌଦ୍ଧ ଜିଲା ଆମ୍ବ ଜିଲା ବାହାରେ ସୃଷ୍ଟି କରିଛି ପରିଚୟ

ହରଭଙ୍ଗା: ଅନେକ ସଫଳ ଚାଷୀଙ୍କ କାହାଣୀ ଆମେ ଶୁଣିଛୁ। ଆଉ ଜଣେ ଏଭଳି ଚାଷୀ ଯାହାଙ୍କ ପାଇଁ ବାହାର ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛି। ଏଭଳି ଜଣେ ସଫଳ ଆମ୍ବଚାଷୀ ହେଉଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ପଞ୍ଚାୟତର ଅରଖପଦର ଗ୍ରାମର ବୁଦ୍ଧିମନ୍ତ ପ୍ରଧାନ(୬୫)। ଗତ ୨୦୧୮ ମସିହାରେ ସେବା ସମବାୟ ବ୍ୟାଙ୍କରୁ ଅତିରିକ୍ତ ଶାଖା ପରିଚାଳକ ପଦବୀରୁ ବୁଦ୍ଧିମନ୍ତ ଅବସର ନିଅନ୍ତି। ଅବସର ନେବାପରେ ଗାଁ ପାଖ ବିଞ୍ଜିଗଡ ଗ୍ରାମର ଶଗଡିଆ ନାଳ ପଠାରେ ରହିଥିବା ତାଙ୍କର ୩୫ ଏକର ଜମିରେ ଏକ ଫାର୍ମ ହାଉସ ରହିଛି। ସେଥିରୁ ୨୦ ଏକର ଜମିରେ ଆମ୍ବଚାଷ ପାଇଁ ସେ ମନବଳାଇଥିଲେ।

ବର୍ତ୍ତମାନ ୨୦ ଏକର ଜମିରେ ଆମ୍ରପଲ୍ଲୀ, ଦୋଷାରୀ, ସୁନ୍ଦରୀ, ନିଲମ, ଲେଙ୍ଗଡା, ମଲ୍ଲିକା, ବାଈଗଣପଲ୍ଲୀ ଭଳି ୭ପ୍ରକାରର ୮ଶହରୁ ଅଧିକ ବିଭିନ୍ନ କିସମର ଆମ୍ବଗଛ ଲଗାଇ ସେ ବେଶ ଦୁଇପଇଶା ରୋଜଗାର କରିପାରୁଛନ୍ତି। ଖାଲି ସେତିକି ନୁହେଁ ତାଙ୍କ ଆମ୍ବର ଏତେ ଚାହିଦା ରହିଛି ଯେ ଏଠାକୁ ଆମ୍ବପାଇଁ ବିହାର, ଉତ୍ତର ପ୍ରଦେଶ, ବନାରସର ବ୍ୟବସାୟୀ ଆସୁଛନ୍ତି। ଯାହାଫଳରେ ବୁଦ୍ଧିମନ୍ତଙ୍କ ଭଳି ଜଣେ ସଫଳ ଆମ୍ବଚାଷୀଙ୍କ ପାଇଁ ବୌଦ୍ଧ ଜିଲା ବାହାର ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଖାଲିସେତିକି ନୁହେଁ ଆମ୍ବ ଚାଷରୁ ବାର୍ଷୀିକ ୫ରୁ୬ଲକ୍ଷଟଙ୍କା ନିଜେ ରୋଜଗାର କରିପାରୁଛନ୍ତି।

- Advertisement -

ଏହା ସହିତ ବଗିଚା କାମରେ ୧୫ଜଣ ପରିବାରକୁ କାମଧନ୍ଦା ଦେଇ ଘରପାଖରେ ସେମାନଙ୍କୁ ରୋଜଗାର ଦେଇପାରିଥିବା ବୁଦ୍ଧିମନ୍ତ କୁହନ୍ତି। ଏହାସହିତ ଆଉ ଅବଶିଷ୍ଟ ଜମିରେ କାଜୁ, କଦଳୀ, ବରକୋଳି ଇତ୍ୟାଦି ଗଛ ମଧ୍ୟ ଲଗାଇଥିବା ଜଣାପଡିଛି। ବୁଦ୍ଧିମନ୍ତଙ୍କ ଭଳି ଜଣେ ସଫଳ ଚାଷୀଙ୍କୁ ଆହୁରି ସରକାରୀ ପ୍ରୋତ୍ସାହନ ଯୋଗାଇଦେବାକୁ ସେ ଦାବି କରିଛନ୍ତି। ଏହା ସହିତ ଚାଷୀଙ୍କ ସ୍ୱାର୍ଥ ପାଇଁ ବୌଦ୍ଧରେ ଶୀତଳଭଣ୍ଡାରଟିଏ ନିର୍ମାଣ ହେଲେ ଚାଷୀ ଅନ୍ୟ ସମୟରେ ଆମ୍ବଚାଷ ଭଳି ଫଳଚାଷକରି ବେଶ ରୋଜଗାରକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories