www.samajalive.in
Monday, December 8, 2025
27.1 C
Bhubaneswar

ଶୀତ ଦିନିଆ ଉତ୍ସବରେ ଆପଣ ବି ଲାଗିବେ ଆକର୍ଷଣ, ଆପଣାନ୍ତୁ ଏହି ଉପାୟ

ଶୀତ ଋତୁ ସହ ବିଭିନ୍ନ ପର୍ବ ବା ଉତ୍ସବ ଆରମ୍ଭ ହୋଇଯାଇଛି । ଆଉ ଏହି ସମୟରେ ପ୍ରାୟ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । କିନ୍ତୁ ଶୀତ ଋତୁରେ ତ୍ବଚା ଶୁଷ୍କ ହେବା କାରଣରୁ ଚେହେରାର ସୁନ୍ଦରତା ନଷ୍ଟ ହୁଏ । ଯଦି ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇଁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ ।

ପାଣି: ଆଲୋକର ପର୍ବ ଦୀପାବଳିରେ ଯଦି ଆପଣ ବି ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି ବା ଅନ୍ୟମାନଙ୍କ ଆଖିରେ ଚମକିବାକୁ ଚାହୁଁଛନ୍ତି ତେବେ ଅଧିକରୁ ଅଧିକ ପାଣି ପିଅନ୍ତୁ । ଏହା ଦ୍ବାରା ଶରୀରରେ ଥିବା ବିଷାକ୍ତ ତତ୍ତ୍ବ ବାହାରି ଯାଏ ଫଳରେ ଆପଣଙ୍କ ତ୍ବଚାରେ ଚମକ ଆସିଥାଏ ।

- Advertisement -

ମଶ୍ଚରାଇଜର: ଶୀତ ଋତୁରେ ତ୍ବଚାରେ ଶୁଷ୍କତା ଆସିବା କାରଣରୁ ଚେହେରାରେ ମଳିନ ପଡିଲା ଭଳି ଦିଶେ । ଏହା ଉତ୍ସବ ପାଳନର ମଜାକୁ କମ୍ କରିଦିଏ । ଏଥିରେ ମୁକ୍ତି ପାଇବା ପାଇଁ ନିୟମିତ ତ୍ବଚାରେ ମଶ୍ଚରାଇଜର ଲଗାନ୍ତୁ । ଏହା ସହ ବାରମ୍ବାର ମୁହଁକୁ ଧୁଅନ୍ତୁ ନାହିଁ ।

ଥଣ୍ଡା ପାଣି ବ୍ୟବହାର କରନ୍ତୁ: ଶୀତ ଋତୁରେ ଥଣ୍ଡା ପାଣିର ବ୍ୟବହାର ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ଏହା ତ୍ବଚା ପାଇଁ ଉପକାରୀ ଅଟେ । କାରଣ ଗରମ ପାଣି ବ୍ୟବହାର କରିବା ଦ୍ବାରା ତ୍ବଚାରେ ଥିବା ତୈଳ ବାହାରିଯାଏ । ଯାହା ଫଳରେ ତ୍ବଚା ଶୁଷ୍କ ହୋଇଯାଏ ।

ମେକଅପ୍ କମ୍ କରନ୍ତୁ: ଉତ୍ସବ ପାଳନ ସମୟରେ ଅଧିକାଂଶ ମହିଳା ଅଧିକ ମେକଅପ୍ କରିଥାଆନ୍ତି । ଯାହା ଦ୍ବାରା ଚେହେରାର ସୁନ୍ଦରତା କମ୍ ହୋଇଯାଏ । ତେଣୁ ଆପଣଙ୍କ ଚେହେରାକୁ ପ୍ରାକୃତିକ ଉପାୟରେ ରଖନ୍ତୁ ଯାହା ଦ୍ବାରା ଭିଡ ମଧରେ ବି ଆପଣ ଆକର୍ଷିତ ଲାଗିବେ ।

ସନ୍ ସ୍କ୍ରିନ୍ ବ୍ୟବହାର କରନ୍ତୁ: କେବଳ ଖରା ଦିନରେ ସନ୍ ସ୍କ୍ରିନ୍ ବ୍ୟବହାର କରାଯାଏ ତାହା ନୁହେଁ । ଶୀତ ଦିନରେ ମଧ୍ୟ ସନ୍ ସ୍କ୍ରିନ୍ ବ୍ୟବହାର କରିବା ତ୍ବଚା ପାଇଁ ଉତ୍ତମ ଅଟେ । ତେଣୁ ଶୀତ ଦିନେ ମଧ୍ୟ ଘରୁ ବାହାରିବା ସମୟରେ ସନ୍ ସ୍କ୍ରିନ୍ ବ୍ୟବହାର ଅବଶ୍ୟ କରନ୍ତୁ ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories