ହାଇଦ୍ରାବାଦ: ଏକ ପ୍ରତିଶୋଧମୂଳକ ଆକ୍ରମଣ ହେତୁ ଟିଆରଏସ ନେତା ପି ନାରାୟଣ ରେଡ୍ଡିଙ୍କୁ ହତ୍ୟା କରାଯାଇ ଥିବାବେଳେ ୨ଜଣ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସୁଲତାନପୁର ଗ୍ରାମର ପାରିଗିର ଭିକାରାବାଦ୍ଠାରେ ମଙ୍ଗଳବାର ସକାଳେ ପୁଲିସ ରକ୍ତାକ୍ତ ଅବସ୍ଥାରେ ପି ନାରାୟଣ ରେଡ୍ଡିଙ୍କ ମୃତଦେହକୁ ଜବତ୍ କରିଛି।
ପି ନାରାୟଣ ରେଡ୍ଡିଙ୍କ ଦୁଇ କର୍ମୀଙ୍କ ସହ ମନୋମାଲିନ୍ୟ ହେତୁ ସେମାନେ ତାଙ୍କଠାରୁ ଅଲଗା ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ଆର୍ଥିକ ନେଣଦେଣ କାରଣରୁ ରେଡ୍ଡିଙ୍କ ସହ ଦୁଇ କର୍ମୀଙ୍କ ବିବାଦ ଆରମ୍ଭ ହୋଇଥିଲା।
ମଙ୍ଗଳବାର ସକାଳେ ରେଡ୍ଡିଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ସମ୍ପୃକ୍ତ ଅଞ୍ଚଳର ଏକ ପୋଖରୀରୁ ଉଦ୍ଧାର କରାଯାଇ ଥିଲା। ତାଙ୍କ ଉପରେ ପଥର ମାଡ଼ କରି ତାଙ୍କୁ ହତ୍ୟା କରାଯାଇ ଥିବା ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ ସୂଚନା ଦେଇଛି।
ଟିଆରଏସ ନେତାଙ୍କୁ ପଥର ମାରି ହତ୍ୟା
Popular Categories



