www.samajalive.in
Monday, December 8, 2025
24.1 C
Bhubaneswar

ଲୋକଙ୍କ ସେବା ଭୁଲିଗଲେ ଓ୍ବାର୍ଡସଭ୍ୟ; ନିଜ ଘରପାଖ ଓ ଧାନବିଲରେ ଲଗାଇଲେ ଷ୍ଟ୍ରିଟ୍‌ ଲାଇଟ 

ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ମହାଲ୍ଲିକପଡ଼ା ପଂଚାୟତର ହିଞ୍ଜଳ ଗ୍ରାମରେ ଷ୍ଟ୍ରିଟ୍‌‌ ଲାଇଟ୍‌‌ ଲଗାଇବାରେ ଓ୍ବାର୍ଡସଭ୍ୟଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଗ୍ରାମବାସୀ ହରଭଙ୍ଗା ବିଡିଓଙ୍କୁ ଫେରାଦ ହୋଇଥିବା ଜଣାପଡ଼ିଛି। ହିଞ୍ଜଳ ଗ୍ରାମର ରାଜେନ୍ଦ୍ର ବେହେରା, ବରୁଣ ବେହରା, ସୁଜ୍ଞାନ ଦୀପ, ଠାକୁର ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଗ୍ରାମରେ ୭୦ପରିବାର ବସବାସ କରନ୍ତି। ଗାଁ ପାଇଁ ୧୦ଟି ଷ୍ଟ୍ରିଟ ଲାଇଟ୍ ଆସିଥିଲା। ମାତ୍ର ଓ୍ବାର୍ଡସଭ୍ୟ ଭଳି ଜଣେ ଜନପ୍ରତିନିଧି ଲୋକଙ୍କ ସେବାରେ ଷ୍ଟ୍ରିଟ୍ ଲାଇଟଗୁଡିକ ଲଗାଇବା ବଦଳରେ ନିଜ ଘରପାଖ ଓ ଧାନବିଲରେ ଲଗାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହା ଉପରେ ଗ୍ରାମର ୬୫ଘରର ଲୋକଙ୍କ ଅଭିଯୋଗ ପରେ ମଧ୍ୟ ଷ୍ଟ୍ରିଟ୍ ଲାଇଟଗୁଡିକ ଦେବାକୁ ଓ୍ବାର୍ଡସଭ୍ୟ ମନା କରୁଛନ୍ତି। ଏ ବାବଦରେ ସରପଞ୍ଚଙ୍କୁ ଜଣାଇଲେ ମଧ୍ୟ ସେ ଶୁଣୁନଥିବାରୁ ବିଡିଓଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡ଼ିଛି। ଏ ଦିଗରେ ବିଡିଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories