www.samajalive.in
Wednesday, December 10, 2025
26.1 C
Bhubaneswar

ନବୀନଙ୍କୁ ‘ଏଫଆଇଏଚ୍‍ ପୁରସ୍କାର’; ହକି ଇଣ୍ଡିଆର ଶୁଭେଚ୍ଛା

ଭୁବନେଶ୍ୱର : ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‍ଆଇଏଚ୍‍) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ ‘ଏଫ୍‍ଆଇଏଚ୍‍ ସଭାପତି ପୁରସ୍କାର’ ପ୍ରଦାନ କରାଯାଇଛି। ଓଡ଼ିଶାରେ ହକି ବିଶ୍ୱକପ୍‍ ଆୟୋଜନ ଏବଂ ହକି ଖେଳର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ନୂଆଦିଲ୍ଲୀରେ ଆୟୋଜିତ ୪୬ତମ ଏଫ୍‍ଆଇଏଚ୍‍ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନବୀନଙ୍କୁ ଏଫଆଇଏଚ୍‌ ସଭାପତି ପୁରସ୍କାର ପ୍ରଦାନ କରା ଯାଇଥିବାରୁ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ଓଡ଼ିଶାରେ ୨୦୧୮ ପୁରୁଷ ହକି ବିଶ୍ୱକପ୍‍ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଏଫ୍‍ଆଇଏଚ୍‍ ଉଚ୍ଚପ୍ରଶଂସା କରିଛି। ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍‍ ଅହମ୍ମଦ ନିଜ ପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ହକିପ୍ରେମୀ। ହକି ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ଜାତୀୟ ପୁରୁଷ ଓ ମହିଳା ହକି ଦଳର ଓଡ଼ିଶା ମୁଖ୍ୟ ଆୟୋଜକ। ସେଥିପାଇଁ ଶ୍ରୀ ପଟ୍ଟନାୟକ ଧନ୍ୟବାଦର ପାତ୍ର ଓ ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜଣାଉଛୁ। ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପକ୍ଷରୁ ହକି ବିଶ୍ୱକପ୍‍ ଆୟୋଜନ କରାଯାଉଛି। ହକିକୁ ନେଇ ଓଡ଼ିଶା ଗର୍ବିତ। ଏଠାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ୍‍ ସାରା ବିଶ୍ୱବାସୀ ଦେଖିବେ। ସେଥିପାଇଁ ଓଡ଼ିଶା ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦର ପାତ୍ର।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories