www.samajalive.in
Wednesday, December 10, 2025
26.1 C
Bhubaneswar

ଦୂଷିତ ପାଣି ପିଇ ଲୋକ ପେଟ ରୋଗରେ ଆକ୍ରାନ୍ତ, ବଧୁଧା ଯୋଜନା କାହାପାଇଁ ?

ମୋହନା  : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମକୁ ସ୍ଵଚ୍ଛ ନିର୍ମଳ ପାନୀୟ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମୋହନା ଅଞ୍ଚଳର ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପାଣି ମୁନ୍ଦାଏ ପାଇଁ ସ୍ଥାନୀୟ ବାସିନ୍ଦା ଡହଳ ବିକଳ ହେଉଥିବା ବେଳେ ବସୁଧା ଯୋଜନା କାହା ପାଇଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ?
ମୋହନା ବ୍ଲକ ଠାରୁ ମାତ୍ର ୨ କିମି. ଦୂର ବିଜୟପୁର ଗ୍ରାମ ପାନୀୟ ଜଳ ଅଭାବରୁ ଦୀପ ତଳ ଅନ୍ଧାର ଭଳି । ଗ୍ରାମରେ ୧୫ ଘର ଥିବା ବେଳେ ଲୋକ ସଂଖ୍ୟା ୮୦ରୁ ଉର୍ଦ୍ଧ୍ବ । ଗ୍ରାମରେ ରହିଛି ୨ଟି ନଳକୂପ। ଗୋଟିଏ ଅଚଳ ହୋଇ ପତି ରହିଥିବା ବେଳେ ଅନ୍ୟଟିରୁ କଳଙ୍କିଯୁକ୍ତ ଦୂଷିତ ପାଣି ବାହାରୁଛି । ଗ୍ରାମରେ ରହିଥିବା ଏକ ପରିତ୍ୟକ୍ତ କୂଅରେ ପାଣି ନାହିଁ । ମାଟି ଦିଶୁଛି । ଗ୍ରାମବାସୀ ନିକଟସ୍ଥ ନଦୀର ଦୂଷିତ ଗୋଳିଆ ପାଣିକୁ ଭରସା କରି ସେହି ପାଣି ପିଇ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ନିକଟସ୍ଥ ପାହାଡ଼ରୁ ପାଇପ ବିଛାଇ ଟାଙ୍କି ନିର୍ମାଣ କରି ଗ୍ରାମକୁ ପାଣି ଆଣି  ବ୍ୟବହାର କରୁଥିଲେ। କିନ୍ତୁ ଖରାଦିନେ ପାହାଡି ପାଣି ଶୁଷ୍କ। ଏନେଇ ଗ୍ରାମବାସୀ ବାରମ୍ଵାର ବିଡ଼ିଓ, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ, ସରପଞ୍ଚଙ୍କୁ ଗୁହାରି କରି ଥକି ଗଲେଣି କିନ୍ତୁ ସେମାନଙ୍କ ଗୁହାରି କେହି ଶୁଣୁ ନାହାଁନ୍ତି । ଦୂଷିତ ପାଣି ପିଇ ଗ୍ରାମର ୩ ଜଣ ନମିତା ଶବର, ସୁମିତ୍ରା ଶବର ଓ ସୁବାଷ ଶବର ପେଟ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଡାକ୍ତରଙ୍କ ପରାମର୍ଶ କ୍ରମେ ନମିତା ଅପରେସନ୍ ହୋଇ ଆସି ଘରେ ରହି ଔଷଧ ସେବନ କରୁଥିବା ବେଳେ ସୁମିତ୍ରା ମଧ୍ୟ ବ୍ରହ୍ମପୁର ଯାଇ ଚିକିତ୍ସା ହେବା ପରେ ସେ ମଧ୍ୟ ଘରେ ରହି ଔଷଧ ସେବନ କରୁଥିବା କହିଛନ୍ତି । କିନ୍ତୁ ସୁବାଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି । ଉପାୟ ଶୂନ୍ୟ ହୋଇ ଗ୍ରାମବାସୀ ନଦୀ ଓ ପରିତ୍ୟକ୍ତ କୂଅର ଦୂଷିତ ଗୋଳିଆ ପାଣି, ନଳକୂପର ହଳଦିଆ ରଙ୍ଗର କଳଙ୍କିଯୁକ୍ତ ପାଣି  ପିଉଛନ୍ତି। ଲୋକଙ୍କ ବାରମ୍ଵାର ଅଭିଯୋଗ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ମୋହନା ବ୍ଲକ ପ୍ରଶାସନର ତତ୍ପରତା ନଥିବା କହିଛନ୍ତି ଗ୍ରାମର ଏଲିସାୟ ଶବର।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories