www.samajalive.in
Friday, December 12, 2025
19.1 C
Bhubaneswar

କାର୍ଯ୍ୟଦକ୍ଷତା ବୃଦ୍ଧି ନେଇ ତିନିଦିନିଆ ତାଲିମ ଶିବିର

ଫୁଲବାଣୀ : ଗ୍ରାମାଞ୍ଚଳର ବିକାଶ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଯୋଜନା ସଂପର୍କିତ ଶିକ୍ଷା ଓ ସଚେତନତା ପହଞ୍ଚାଇବାରେ ବିଭିନ୍ନ ସାମାଜିକ ସଂଗଠନ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏକ ତିନିଦିନିଆ କାର୍ଯ୍ୟଦକ୍ଷତା ବୃଦ୍ଧି ତାଲିମ ସ୍ୱାତୀ ବନ୍ଧଗଡ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ରଠାରେ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଇଂ. ହରି ଶଙ୍କର ରାଉତ, ମୃତ୍ୟୁଞ୍ଜୟ ବେହେରା, ମହାଶକ୍ତି ଫାଉଣ୍ଡେସନର ପରିଚାଳକ ଯୁଗଳ କିଶୋର ପଟ୍ଟନାୟକ ଓ ରୋଜାଲିନ୍ ଭୂୟାଁ ଉଦଘାଟନୀ ଉତ୍ସବରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ନିଜର ଦକ୍ଷତାକୁ ବୁଝି ଆନନ୍ଦର ସହ କର୍ମକ୍ଷେତ୍ରରେ ନିଜର ଦାୟୀତ୍ୱକୁ ଆଦରି ଲକ୍ଷ୍ୟ ହାସଲ ଦିଗରେ ଆଗେଇବାକୁ ଆହ୍ୱାନ ଦେବା ସହ ଏହି ତାଲିମରୁ ବିଭିନ୍ନ କୌଶଳ ଶିକ୍ଷା ଲାଭ କରିବାକୁ ଆମନ୍ତ୍ରଣ କରିଥିଲେ। ଫେସିଲିଟେଟର ଭାବେ ପିଡିସି ନେଟୱର୍କର ସୁଧିର କୁମାର ଦାସ ତିନିଦିନରେ ନୂତନ କର୍ମଚାରୀଙ୍କ ଲୋକସଂପର୍କ ବଢାଇବା, ନେତୃତ୍ୱ ନେବାର ଦକ୍ଷତା ଓ ସର୍ବସାଧାରଣ ସ୍ଥାନରେ ଉପସ୍ଥାପନା ଶୈଳୀର ଦକ୍ଷତା ବୃଦ୍ଧି ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଥିଲେ । ତାଲିମ ଶିବିରାର୍ଥୀମାନେ ବିଭିନ୍ନ ପ୍ରଶ୍ନୋତ୍ତର, ସଙ୍ଗୀତ, ଦଳଗତ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ଷେତ୍ରର ଆବଶ୍ୟକତାକୁ ଦେଖି ନିଜର ଦକ୍ଷତା ବୃଦ୍ଧି କରିପାରିବେ ତାହା ଆଶା ରଖିଛନ୍ତି ବୋଲି କହିଥିଲେ । ଏଥିସହ ପଞ୍ଚାୟତର ଶେଷ ପାହାଚରେ ଥିବା ବ୍ୟକ୍ତିବିଶେଷଙ୍କର ଆର୍ଥିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କିପରି ଅଭିବୃଦ୍ଧି ଆଣିହେବ ସେ ସବୁ କୌଶଳ ମଧ୍ୟ ଏହି ତାଲିମରୁ ଶିକ୍ଷାଲାଭ କରିପାରିବେ ତାହା ପରିଲକ୍ଷିତ ହେଉଥିଲା। ତାଲିମ୍ କାର୍ଯ୍ୟକ୍ରମରେ ମା’ ଗୃହ, ପ୍ରସବ ଯାନ, ଓଡିଶା ମିଲେଟ ମିଶନ୍, ସମନ୍ୱିତ କୃଷି ଓ ଲକ୍ଷ୍ୟଭେଦୀ ପ୍ରକଳ୍ପ ଗୁଡିକରୁ ୩୦ରୁ ଅଧିକ କର୍ମୀ ସାମିଲ ହୋଇଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories