www.samajalive.in
Thursday, December 11, 2025
16.1 C
Bhubaneswar

ଭୀଷଣ ରୂପ ନେବ ସାମୁଦ୍ରିକ ଝଡ଼ ; ଗତିପଥକୁ ନେଇ ଦ୍ବନ୍ଦ୍ବ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ କିମ୍ବା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ଭୀଷଣ (ସିଭିୟର) ରୂପ ନେବ। ଏହା ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ। ଏହି ବାତ୍ୟା ଭୀଷଣ ହେବା ନେଇ ସମସ୍ତ ମଡେଲ ଗୁଡ଼ିକ ପକ୍ଷରୁ ଆକଳନ କରାଯାଇଛି। ମାତ୍ର ବାତ୍ୟାର ଗତିପଥକୁ ନେଇ ମଡେଲ ଗୁଡ଼ିକ ମଧ୍ୟରେ ଭିନ୍ନତା ପ୍ରକାଶ ପାଉଛି। କେଉଁ ମଡେଲର ଆକଳନ ବାତ୍ୟା ବାଂଲାଦେଶ ଓ ମିଆଁମାର ଉପକୂଳ ଆଡକୁ ମୁହାଁଇବ ତ ଆଉ କେଉଁ ମଡେଲ ଅନୁଯାୟୀ ଏହା ଦିଗ ପରିବର୍ତ୍ତନ କରିବା ଦ୍ବାରା ତାମିଲନାଡୁ ଉପକୂଳ ଆଡ଼କୁ ମୁହାଁଇପାରେ। ବାତ୍ୟା ଗତିପଥ, ତୀବ୍ରତା ଏବଂ ପବନର ବେଗ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟତା ରଖାଯାଇ ନାହିଁ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି, ଜିଏଫଏସ, ଏନସିୟୁଏମ, ଇସିଏମଡବ୍ଲ୍ୟୁଏଫ, ଇସିଏମଏମ, ଏନଇପିଏସ ଏବଂ ଜିଇଏଫଏସ ସମେତ ବିଭିନ୍ନ ମଡେଲ ଆକଳନ କରିଛନ୍ତି। ପ୍ରଥମ ସପ୍ତାହର ମଧ୍ୟଭାଗ ଅର୍ଥାତ ମେ ୮ତାରିଖ ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଏକ ବାତ୍ୟା ସୃଷ୍ଟିର ସୂଚନା ଦିଆଯାଇଛି। ସବୁକିଛି ମଡେଲଗୁଡ଼ିକ ଏହି ସିଷ୍ଟମକୁ ଏକ ଗମ୍ଭୀର ଶ୍ରେଣୀ ବାତ୍ୟାରେ ପରିଣତ କରିବାର ସଙ୍କେତ ଦେଉଛନ୍ତି। ଏହାର ଗତପଥକୁ ନେଇ ବିଭିନ୍ନ ମଡେଲ ମଧ୍ୟରେ ଅନେକ ଭିନ୍ନତା ରହିଛି। ଜିଏଫ୍ଏସ୍ ଗ୍ରୁପ୍ ମଡେଲ ଏବଂ ଇସିଏମଡବ୍ଲ୍ୟୁଏଫ ମଡେଲ ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ସୂଚାଉଛି। ଉତ୍ତର-ପୂର୍ବ ଦିଗକୁ ବାତ୍ୟା ଗତି କରିବା ଦ୍ବାରା ବାଂଲାଦେଶ ଓ ସଂଲଗ୍ନ ମିଆଁମାର ଉପକୂଳ ଆଡ଼କୁ ମୁହଁାଇବାର ସମ୍ଭାବନା ଥିବା ସୂଚାଉଛି। ତଥାପି ଏନସିୟୁଏମ ଗ୍ରୁପର ମଡେଲ ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଥିବାରୁ ତାମିଲନାଡୁ ଉପକୂଳ ମୁହଁା ହୋଇପାରେ। ଆଇଏମଡିର ଯୁଗ୍ମ ପୂର୍ବାନୁମାନ ପ୍ରଣାଳୀ ସଂସ୍କରଣ-୨ ଏବଂ ଏନସିଏମଆରଡବ୍ଲୁଏଫ ଯୁଗ୍ମ ସିଏନସିୟୁଏମ ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପ୍ରଥମ ସପ୍ତାହର ଶେଷ ସୁଦ୍ଧା କିମ୍ବା ଦ୍ବିତୀୟ ସପ୍ତାହର ପ୍ରଥମାର୍ଦ୍ଧରେ ସୃଷ୍ଟି ହୋଇପାରେ। ପ୍ରଥମ ସପ୍ତାହର ଶେଷ ଆଡକୁ ବାତ୍ୟା ସୃଷ୍ଟି ହେଲେ, ଏହା ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଦ୍ବିତୀୟ ସପ୍ତାହରେ ହେଲେ ଏହା କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ କିମ୍ବା ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବ। ଅଧିକାଂଶ ମଡେଲ ଆକଳନ କରିଛନ୍ତି, ସମ୍ଭାବ୍ୟ ବାତ୍ୟା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାକୁ ଥିବାବେଳେ ପରେ ଦିଗ ପରିବର୍ତ୍ତନ କରିବା ଦ୍ବାରା ଉତ୍ତର-ପୂର୍ବ ଆଡକୁ ମୁହଁାଇ ବାଂଲାଦେଶ ଓ ମିଆଁମାର ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି।
୧୯୬୫ରୁ ୨୦୨୦ ମଧ୍ୟରେ ବଙ୍ଗୋପସାଗରରେ ପ୍ରାୟ ୨୧୪ ବାତ୍ୟା ସୃଷ୍ଟି ହୋଇଛି। ପ୍ରାକ୍ ମୌସୁମୀ ଋତୁରେ ମେ’ ହେଉଛି ସର୍ବୋଚ୍ଚ ସାମୁଦ୍ରିକ ଝଡ଼ ଗତିବିଧି ମାସ। ୧୯୬୫-୨୦୨୦ ମସିହା ମଧ୍ୟରେ ଏହା ଦର୍ଶାଉଛି ଯେ, ପ୍ରାକ୍ ମୌସୁମୀ ଋତୁରେ ବାଂଲାଦେଶ, ମିଆଁମାର, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ସର୍ବାଧିକ ବାତ୍ୟା ସ୍ଥଳଭାଗ ଛୁଇଁଛି। ମାଡେନ ଜୁଲିଆନ ଓସ୍କିଲାସନ (ଏମଜେଓ) ଇଣ୍ଡେକ୍ସ ଏବେ ବିସ୍ତାର ସହିତ ୫ମ ପର୍ଯ୍ୟାୟରେ ରହିଛି। ଆଗକୁ ଏହା ସମାନ ପର୍ଯ୍ୟାୟରେ ଚାଲୁ ରହିବ। ଏହାପୂର୍ବ ଦିଗକୁ ଗତି କରି ଷଷ୍ଠ ପର୍ଯ୍ୟାୟରେ ପ୍ରବେଶ କରିବ। ତେଣୁ ଏମଜେଓ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଗତିବିଧି ବୃଦ୍ଧି କରିବ। ଦକ୍ଷିଣ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ପୂର୍ବାଞ୍ଚଳ ପବନ ବହିବାର ସମ୍ଭାବନା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories