www.samajalive.in
Saturday, December 6, 2025
26.1 C
Bhubaneswar

ଦୀପବଳି ପୂର୍ବରୁ ଘରୁ ହଟାନ୍ତୁ ଏହି ସାମଗ୍ରୀ

କାର୍ତ୍ତିକ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ । ଏହି ଦିନ ମା’ଲକ୍ଷ୍ମୀଙ୍କ ଆରାଧନା କରାଯାଏ । ଚଳିତ ବର୍ଷ ନଭେମ୍ବର ୭ ତାରିଖରେ ଦୀପାବଳି ପର୍ବ ପାଳନ କରାଯିବ । ଦୀପାବଳିର ବହୁ ପୂର୍ବରୁ ପ୍ରସ୍ତୁତ ଆରମ୍ଭ ହୋଇଯାଏ । ସୁଖ-ସମୃଦ୍ଧି ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଦୀପାବଳି ପାଇଁ ଘର ସଫା ସୁତୁରା ନିଶ୍ଚୟ କରିଥାଆନ୍ତି । କାରଣ ଅପରିଷ୍କାର ଘରେ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ । ସଫା ସୁତୁରା ଘରେ ମା’ଲକ୍ଷ୍ମୀଙ୍କ ପ୍ରବେଶ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଏଭଳି କିଛି ଜିନିଷ ଯାହାକୁ ଘରୁ ବାହାର କରିଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଦୀପାବଳି ପୂର୍ବରୁ ଘରୁ ବାହାର କରିବା ଉଚିତ୍ ।

ଅଚଳ ବୈଦ୍ୟୁତିକ ସାମଗ୍ରୀ: ଯଦି ଆପଣଙ୍କ ଘରେ ଅଚଳ ବୈଦ୍ୟୁତିକ ସାମଗ୍ରୀ ପଡି ରହିଛି ତେବେ ତାହାକୁ ମରାମତି କରି ବ୍ୟବହାର କରନ୍ତୁ । ନଚେତ୍ ଏହାକୁ ଘର ବାହାର କରନ୍ତୁ ବା ଫିଙ୍ଗି ଦିଅନ୍ତୁ । ଅଚଳ ବୈଦେତୁକ ସାମଗ୍ରୀ ଶରୀର ଓ ସୌଭାଗ୍ୟ ଦୁଇଟା ପାଇଁ ଅଶୁଭ ଅଟେ ।

- Advertisement -

ଭଙ୍ଗା କାଚ: ଯଦି ଆପଣଙ୍କ ଘରର କୌଣସି କୋଣରେ ଭଙ୍ଗା କାଚ ପଡି ରହିଛି, ଝରକା ବା ମିରର୍ କାଚ ଭାଙ୍ଗି ଯାଇଛି ତେବେ ତାହାକୁ ତୁରନ୍ତ ବାହାର କରନ୍ତୁ । ସେହି ସ୍ଥାନରେ ନୂଆ କାଚ ଲଗାନ୍ତୁ । କାରଣ ଭଙ୍ଗା କାଚ ଘରେ ରଖିବା ଅଶୁଭ ବୋଲି ଜ୍ୟେତିଷ ଶାସ୍ତ୍ରରେ କୁହାଯାଇଛି ।

ଛାତ ଉପରକୁ ସଫା ରଖନ୍ତୁ: ଦୀପାବଳି ପୂର୍ବରୁ ଛାତ ଉପରକୁ ସଫା ସୁତୁରା ରଖନ୍ତୁ । ଯଦି ଛାତ ଉପରେ ବଗିଚା କରିଛନ୍ତି ତେବେ ଅନାବନା ଗଛ ଗୁଡିକୁ ବାହାର କରି ପିଙ୍ଗି ଦିଅନ୍ତୁ । ବ୍ୟବହାର ହେଉ ନଥିବା ସାମଗ୍ରୀକୁ ରଖନ୍ତୁ ନାହିଁ ।

ଭଙ୍ଗା ମୂର୍ତ୍ତି: କେବେ ଭୁଲରେ ମଧ୍ୟ କୌଣସି ଦେବୀ-ଦେବତାଙ୍କ ଭଙ୍ଗା ମୂର୍ତ୍ତି ବା ଫଟୋ ପୂଜା କରନ୍ତୁ ନାହିଁ । କାରଣ ଏହା ଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ତେଣୁ ଦୀପାଳବି ପୂର୍ବରୁ ଭଙ୍ଗା ମୂର୍ତ୍ତି ଏବଂ ଫଟୋକୁ କୌଣସି ପବିତ୍ର ସ୍ଥାନକୁ ନେଇ ପୋତି ଦିଅନ୍ତୁ ବା ପାଣିରେ ଭସାଇ ଦିଅନ୍ତୁ ।

ଅଚଳ ବା ବନ୍ଦ ଘଣ୍ଟା: ବାସ୍ତୁ  ଶାସ୍ତ୍ର ଅନୁଯାୟୀ ପ୍ରଗତିର ପ୍ରତୀକ ହେଉଛି ଘଣ୍ଟା । ଅଚଳ ଘଣ୍ଟା ଆପଣଙ୍କ ଉନ୍ନତିର ବାଧକ ସାଜିଥାଏ । ତେଣୁ ଯଦି ଆପଣଙ୍କ ଘରେ ଅଚଳ ବା ବନ୍ଦ ଘଣ୍ଟା ରିହିଛି ତେବେ ଦୀପାବଳି ପୂର୍ବରୁ ତାହାକୁ ହଟାଇ ଦିଅନ୍ତୁ ।

ଆଲେଖ୍ୟ-ବୈଜୟନ୍ତି ନାୟକ

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories