ଭୁବନେଶ୍ୱର : ହୋଣ୍ଡା ମୋଟର ସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସବୁଠୁ ଲୋକପ୍ରିୟ ସ୍କୁଟର ଆକ୍ଟିଭା ବିକ୍ରି ୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି। ଉତ୍ସବ ଋତୁର ମଧ୍ୟ ଭାଗରେ କମ୍ପାନୀ ଏହି ସଫଳତା ହାସଲ କରିଛି ଯାହାକୁ ନେଇ ହୋଣ୍ଡା ଅତ୍ୟନ୍ତ ଉଲ୍ଲସିତ। ପ୍ରଥମ ଏକ କୋଟି ଆକ୍ଟିଭା ବିକ୍ରି କରିବାକୁ ହୋଣ୍ଡାକୁ ୧୫ ବର୍ଷ ସମୟ ଲାଗିଥିବାବଳେ ଆଉ ଏକ କୋଟି ଆକ୍ଟିଭା ମାତ୍ର ତିନି ବର୍ଷ ଭିତରେ ବିକ୍ରି ହୋଇଛି। ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ସଭାପତି ତଥା ସିଇଓ ମିନୁରୋ କାଟୋ ଏହି ସଫଳତା ସମ୍ପର୍କରେ ଘୋଷଣା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆମେ ବହୁତ ଖୁସି ଯେ ଆକ୍ଟିଭା ୨ କୋଟି ଆମେ ଆମର ଗ୍ରାହକଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ।
Popular Categories



