ରେଙ୍ଗାଲିକ୍ୟାମ୍ପ: ଥମୁନି ଦୁର୍ଘଟଣା। ଆଜି ରବିବାର ସନ୍ଧ୍ୟା ୭ ଟା ୪୫ ମିନିଟରେ ଅତାବିରା ବ୍ଲକ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ଘଟି ସେଥିରେ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ବ୍ଲକର ଅଙ୍ଗନୱାଡ଼ି ସହାୟିକା ମାନେ ତାଲିମ ପାଇଁ କୋରାପୁଟ ଯିବାପାଇଁ ବ୍ଲକ ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇ ବସକୁ ଅପେକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ରାସ୍ତାର ବିପରୀତ ପାର୍ଶ୍ଵରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିଲେ। ଦୂରରୁ ଅନ୍ୟ ଏକ ବସକୁ ଆସୁଥିବା ଦେଖି ତାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବସ୍ ଆସିଯାଇଛି ଭାବି ବ୍ଲକ ଅଫିସ ସମ୍ମୁଖରେ ଛିଡ଼ା ହୋଇଥିବା ମହିଳା ମାନେ ସେ ଦୁଇ ଜଣଙ୍କୁ ଶୀଘ୍ର ଆସିବା ପାଇଁ କହିଥିଲେ। ଉଭୟ ତର ତର ହୋଇ ରାସ୍ତା ପାରି ହେଉଥିବା ବେଳେ ବରଗଡ଼ ଅଭିମୁଖେ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଉଭୟ ମହିଳା ତଳେ ପଡି ଗୁରୁତର ହୋଇଥିଲେ। ତାଙ୍କୁ ନିକଟସ୍ଥ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ବୁର୍ଲ୍ଲl ଡାକ୍ତରଖାନlକୁ ପଠାଯାଇଛି। ତେବେ ଗୁରୁତର ମହିଳା ଦ୍ବୟଙ୍କ ମଧ୍ୟରୁ ଜଣେ ସିଂହପାଲିର ଲକ୍ଷ୍ମୀପ୍ରିୟା ଥାପା ଓ ଅନ୍ୟ ଜଣକ ଦୂଳମପୁରର ପାର୍ବତୀ ଚନ୍ଦନ ବୋଲି ଜଣାପଡିଛି।
Popular Categories



