www.samajalive.in
Sunday, December 7, 2025
16.1 C
Bhubaneswar

ମହାରୁଦ୍ର ଯଜ୍ଞ ପୂର୍ଣ୍ଣାହୁତି, ରାଜ୍ୟସ୍ତରୀୟ ପଣ୍ଡିତ ସମାବେଶ

ବୌଦ୍ଧ: ଲଷ୍ମୀ ବାସୁଦେବ ବୈଦିକ ସଂଗଠନ ପକ୍ଷରୁ ବଘାରପାଲି ଚନ୍ଦ୍ରଶେଖର ମହାଦେବ ମନ୍ଦିର ପରିସରରେ ସପ୍ତ ଦିବସୀୟ ମହାରୁଦ୍ର ଯଜ୍ଞ ଗତ ୨୪ ତାରିଖରୁ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣାହୁତି ଦିବସରେ ପଣ୍ଡିତ ସଂଗଠନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ, ପଂଚାୟତିରାଜ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଯଜ୍ଞ ଦ୍ୱାରା ପରିବେଶ ସୁରକ୍ଷା ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇପାରୁଛି। ଏହା ସବୁ ସ୍ଥାନରେ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଯୋଗଦାନ କରିଥିଲେ। ବ୍ରାହ୍ମଣ ସମାଜର ସମ୍ପାଦକ ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପଣ୍ଡିତ ସଂଗଠନର ସଭାପତି ସଂଜୀବ କୁମାର ପଣ୍ଡା, ସମ୍ପାଦକ ହରିବନ୍ଧୁ ଶତପଥି, କୋଷାଧକ୍ଷ ମାନସ ମିଶ୍ର, ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାଶ, ରାଜ୍ୟ ସଂଗଠନର ବରିଷ୍ଠ ସଦସ୍ୟ କ୍ଷିତୀଶ କର ପ୍ରମୁଖ ନିଜ ନିଜ ମତ ପ୍ରକାଶ କରି ବ୍ରାହ୍ମଣ କଲ୍ୟାଣ ନିଗମ ଓ ପୂଜକମାନଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ସମସ୍ତ ବରିଷ୍ଠ ସଦସ୍ୟଙ୍କୁ ସମ୍ମାନ ପତ୍ର ଓ ସଦସ୍ୟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ପଣ୍ଡିତ ବିଭିଷଣ ଚାନ୍ଦ, ସୁଶୀଲ କୁମାର ପାଣିଗ୍ରାହୀ, ଅଙ୍ଗିରା ମିଶ୍ର, ରାମଚନ୍ଦ୍ର ପାଣିଗ୍ରାହୀ, ଉମାକାନ୍ତ ମହାପାତ୍ର ବ୍ରାହ୍ମଣ ସମାଜର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ, ମନ୍ଦିର ପରିଚାଳନା କମିଟି ଓ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ସହଯୋଗ କରିଥିଲେ। ଅପରାହ୍ନରେ ରାଜ୍ୟ ପଣ୍ଡିତ ସଂଗଠନର ବୈଠକ ସଭାପତି ସଂଜୀବ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପଣ୍ଡିତମାନେ ନିଜ ନିଜ ମତ ରଖିବା ସହିତ ବ୍ରାହ୍ମଣ ସମାଜର ଏକତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମତ ରଖିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories