www.samajalive.in
Friday, December 5, 2025
20.1 C
Bhubaneswar

ମହାରୁଦ୍ର ଯଜ୍ଞ ପୂର୍ଣ୍ଣାହୁତି, ରାଜ୍ୟସ୍ତରୀୟ ପଣ୍ଡିତ ସମାବେଶ

ବୌଦ୍ଧ: ଲଷ୍ମୀ ବାସୁଦେବ ବୈଦିକ ସଂଗଠନ ପକ୍ଷରୁ ବଘାରପାଲି ଚନ୍ଦ୍ରଶେଖର ମହାଦେବ ମନ୍ଦିର ପରିସରରେ ସପ୍ତ ଦିବସୀୟ ମହାରୁଦ୍ର ଯଜ୍ଞ ଗତ ୨୪ ତାରିଖରୁ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣାହୁତି ଦିବସରେ ପଣ୍ଡିତ ସଂଗଠନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ, ପଂଚାୟତିରାଜ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଯଜ୍ଞ ଦ୍ୱାରା ପରିବେଶ ସୁରକ୍ଷା ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇପାରୁଛି। ଏହା ସବୁ ସ୍ଥାନରେ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଯୋଗଦାନ କରିଥିଲେ। ବ୍ରାହ୍ମଣ ସମାଜର ସମ୍ପାଦକ ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପଣ୍ଡିତ ସଂଗଠନର ସଭାପତି ସଂଜୀବ କୁମାର ପଣ୍ଡା, ସମ୍ପାଦକ ହରିବନ୍ଧୁ ଶତପଥି, କୋଷାଧକ୍ଷ ମାନସ ମିଶ୍ର, ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାଶ, ରାଜ୍ୟ ସଂଗଠନର ବରିଷ୍ଠ ସଦସ୍ୟ କ୍ଷିତୀଶ କର ପ୍ରମୁଖ ନିଜ ନିଜ ମତ ପ୍ରକାଶ କରି ବ୍ରାହ୍ମଣ କଲ୍ୟାଣ ନିଗମ ଓ ପୂଜକମାନଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ସମସ୍ତ ବରିଷ୍ଠ ସଦସ୍ୟଙ୍କୁ ସମ୍ମାନ ପତ୍ର ଓ ସଦସ୍ୟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ପଣ୍ଡିତ ବିଭିଷଣ ଚାନ୍ଦ, ସୁଶୀଲ କୁମାର ପାଣିଗ୍ରାହୀ, ଅଙ୍ଗିରା ମିଶ୍ର, ରାମଚନ୍ଦ୍ର ପାଣିଗ୍ରାହୀ, ଉମାକାନ୍ତ ମହାପାତ୍ର ବ୍ରାହ୍ମଣ ସମାଜର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ, ମନ୍ଦିର ପରିଚାଳନା କମିଟି ଓ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ସହଯୋଗ କରିଥିଲେ। ଅପରାହ୍ନରେ ରାଜ୍ୟ ପଣ୍ଡିତ ସଂଗଠନର ବୈଠକ ସଭାପତି ସଂଜୀବ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପଣ୍ଡିତମାନେ ନିଜ ନିଜ ମତ ରଖିବା ସହିତ ବ୍ରାହ୍ମଣ ସମାଜର ଏକତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମତ ରଖିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories