www.samajalive.in
Monday, December 8, 2025
24.1 C
Bhubaneswar

ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ

ଚୌଦ୍ୱାର :  ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମଧୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ଚୌଦ୍ୱାର ସାହିତ୍ୟ ସଂସଦ ସଭାପତି ସଂସଦର ସଂପାଦକ ଦିବ୍ୟଜ୍ୟୋତି ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶରତ କୁମାର ଖୁଣ୍ଟିଆ, ହରିହର ରଣା, ବୈରାଗୀ ଚରଣ ପ୍ରଧାନ, ଅଶୋକ କୁମାର ନାୟକ, ଭାଗୀରଥୀ ସାହୁ, ମାନସ ରଞ୍ଜନ ସାମଲ, ଶିବ ପ୍ରସାଦ ପତି, କେ.ସି.ପ୍ରତାପସିଂହ, ଗଙ୍ଗାଧର ସାହୁ, ସତ୍ୟବ୍ରତ ଦାସ, ଶ୍ରୀନିବାସ ବେହେରା, ବିଶ୍ୱକଲ୍ୟାଣ ଦାସ, ଅକ୍ଷୟ ମିଶ୍ର, ଅଲେଖ ବେହେରା ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୁମିକା ସଂପର୍କରେ ଆଲୋକପାତ କରିଥିଲେ।

ଟାଙ୍ଗୀ-ଚୌଦ୍ୱାର ଆଇନଜୀବୀ ସଂଘ ତରଫରୁ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ସରିତା ଦାସ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାନସ କୁମାର ସାହୁ ଓ ଚୌଦ୍ୱାର ପୌରପାଳିକା ପକ୍ଷରୁ କାଉନସିଲର ଆଶୁତୋଷ ଦାସ, ତପନ କୁମାର ସାହୁ, ପ୍ରତାପ ଜେନା, ରଶ୍ମି ରଞ୍ଜନ ଦାସ, ମାନସ ରଞ୍ଜନ ବେହେରା, ବନ ସାହୁ ପ୍ରମୁଖ ମଧୁବାବୁଙ୍କ ପ୍ରତିମର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଚୌଦ୍ୱାର ପ୍ରେସ୍ କ୍ଲବ୍ ତରଫରୁ ଉପଦେଷ୍ଟା ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା ମାଲ୍ୟାର୍ପଣ କରିଥିଲେ ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories