www.samajalive.in
Monday, December 8, 2025
24.1 C
Bhubaneswar

ମୋହନାରେ ଆକାଶବାଣୀର ଏଫଏମ ଟ୍ରାନ୍ସମିଟର ଉଦଘାଟିତ

ମୋହନା : ଗଜପତି ଜିଲ୍ଲା ମୋହନାରେ ଆକାଶବାଣୀର ୧୦୦ ୱ।ଟ ଏଫଏମ ଟ୍ରାନ୍ସମିଟର ଉଦଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଛନ୍ତି। ସର୍ଵଦଭାରତୀୟ ସ୍ତରରେ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୯୧ଟି ୧୦୦ ୱ।ଟ ବିଶିଷ୍ଟ ଆକାଶବାଣୀ ଏଫଏମ ଟ୍ରାନସମିଟରର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ ଓଡିଶାରେ ୭ଟି ରହିଥିବା ବେଳେ ଗଜପତି ଜିଲ୍ଲା ମୋହନା ଅନ୍ୟତମ।
ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀଙ୍କ ସମେତ ଆକାଶବାଣୀ ବ୍ରହ୍ମପୁରର ସହକାରୀ ଯନ୍ତ୍ରୀ ତଥା କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ଅମର ପ୍ରସାଦ ସାହୁ, ଆକାଶବାଣୀ ଭବାନୀପାଟଣାର କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଙ୍ଗ, ଆକାଶବାଣୀ ମୋହନାର ବରିଷ୍ଠ ଟେକନିସିଅନ ଜି. ଶିବରାମ ରେଡ୍ଡୀ, ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ଶତପଥୀ, ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ, ପିଇଓ ରବି ପାତ୍ର, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାୟକ, ବିଧାୟକ ପ୍ରତିନିଧି ନିର୍ମଳ ପାଲ, ସମାଜସେବୀ ଜିତେନ୍ଦ୍ର କୁମାର ବେହେରା, ସାମ୍ବାଦିକ ସଂଘ କର୍ମକର୍ତ୍ତା, ସରକାରୀ କର୍ମଚାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଏହି ସେବା ୧୫ କିଲୋମିଟର ପର୍ଯ୍ୟନ୍ତ ପ୍ରସାରିତ ହେବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ  ଲୁଚିରହିଥିବା ଲୋକ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ହୋଇପାରିବ ଏବଂ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି ସଂପର୍କରେ ଲୋକେ ଅବଗତ ଓ ସଚେତନ ହେବେ ବୋଲି ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories