www.samajalive.in
Saturday, December 6, 2025
16.1 C
Bhubaneswar

ପାଟଣା-ପିପିଳିଆ ରାସ୍ତା ପାଲଟିଛି ମରଣ ଯନ୍ତା

ପାଟଣା : ପାଟଣା-ପିପିଳିଆ ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ମରଣ ଯନ୍ତା ପାଲଟିଛି। ଖବର ଅନୁଯାୟୀ ପୂର୍ତ୍ତବିଭାଗ ସ୍ୱାମ ଛକ ଠାରୁ ପିପିଳିଆ ପର୍ୟ୍ୟନ୍ତ ୧୬ କିମି ରାସ୍ତା ମଧ୍ୟରୁ ସ୍ୱାମରୁ ୧୦ କିମି ରାସ୍ତାର ଉନ୍ନତିକରଣ ଏବଂ ପିଚୁ କରାଯିବା ସକାଶେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ରାସ୍ତା ନିର୍ମାଣ ପାଇଁ ୭ କୋଟିରୁ ଉର୍ଦ୍ଧ୍ଵଟଙ୍କାର ବ୍ୟୟବରାଦ କରିଥିଲେ। ରାସ୍ତା ନିର୍ମାଣ ଅବଧି ସରିଯାଇଥିଲେ ହେଁ ରାସ୍ତା କାର୍ୟ୍ୟ ଶେଷ ହେଉନାହିଁ। ସମ୍ପୃକ୍ତ ଠିକାଦାର ସଂସ୍ଥା ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତି କରଣ ନାମରେ ରାସ୍ତା ରୁ ପିଚୁ ଉଠାଇ ଦେଇଥିବାରୁ ଲୋକେ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଦୁରାଵସ୍ତାରେ ଧୂଳି ଉଡିବା ପାଇଁ ପାଣି ପକାଇବାର ବ୍ୟବସ୍ଥା ଥିଲେ ହେଁ ସଂସ୍ଥା ପକ୍ଷରୁ ରାସ୍ତାରେ ପାଣି ସିଞ୍ଚନ କରା ଯାଉ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପୂର୍ତ୍ତବିଭାଗର ଘଟଗାଁ ଏସଡିଓ ମହେଶ୍ବର ସେଠୀଙ୍କୁ ପଚାରିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ଶୀଘ୍ର ରାସ୍ତା କାର୍ୟ୍ୟ ସାରିବା ପାଇଁ ଚିଠି କରାଯାଇଛି ବୋଲି କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories