www.samajalive.in
Monday, December 8, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତାକାଲି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ.. ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ.. ବାତ୍ୟା ସୂଚନା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମର ପ୍ରସ୍ତୁତି ନେଇ ହେବ ଆଲୋଚନା..

ଜୋ ବାଇଡେନ୍‌ଙ୍କ ବଡ଼ ଘୋଷଣା.. ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି.. ନିର୍ବାଚନ ଲଢିବା ନେଇ ବାଇଡେନ୍‌ ନିଜ ଟ୍ବିଟର ପେଜ୍‌ରେ ସୂଚନା ଦେଇଛନ୍ତି..

- Advertisement -

ବଜ୍ରପାତରେ ଜଣେ ନାବାଳକ ମୃତ.. ୨ ଗୁରୁତର.. ନୟାଗଡ଼ ଜିଲା ଭାପୁର ଥାନା ଭାଲୁଖାଇ ଗାଁରେ ବଜ୍ରପାତ.. ଗୁରୁତରଙ୍କୁ ଭାପୁର ମେଡ଼ିକାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର..

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ.. ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ.. ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍‌‌..

ଭୁବନେଶ୍ବରରେ ଜି-୨୦ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ଭାରତ ଓ ସିଙ୍ଗାପୁର କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.. ଭାରତ ଓ ସିଙ୍ଗାପୁର ମିଳିତ ଭାବେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ..

କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ତିରୁଅନନ୍ତପୁରମ୍ ରେଳ ଷ୍ଟେସନରେ କେରଳର ପ୍ରଥମ ବନ୍ଦେ ଭାରତ ଟ୍ରେନ୍‌‌କୁ ସବୁଜ ପତାକା ଦେଖାଇବା ସହ ଦେଶର ପ୍ରଥମ ୱାଟର ମେଟ୍ରୋର କଲେ ଉଦଘାଟନ.. ଏହା ସହିତ ୩୨୦୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି..

ରାୟଗଡା : କ୍ୟାମ୍ପ ଅଫିସରେ ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା ନେଇ ସୂଚନା.. ନିଜ ସର୍ଭିସ ରିଭଲଭରରୁ ଗୁଳି କରି ଅଫିସରଙ୍କ ଆତ୍ମହତ୍ୟା.. ସେ ବିହାରର ବାସିନ୍ଦା ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ..

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌‌ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା.. ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା.. ଭାରତୀୟ ଦଳକୁ ଅଭିଜ୍ଞ ଆଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତ୍ତନ..

ଉତ୍ତରପଶ୍ଚିମ ପାକିସ୍ତାନରେ ଆତଙ୍କୀ ନିରୋଧ ଅଫିସରେ ବିସ୍ଫୋରଣ.. ଦୁଇଟି ବଡ ବିସ୍ଫୋରଣରେ ୮ ପୁଲିସ ସହ ୧୦ ଜଣଙ୍କ ମୃତ୍ୟୁ.. ବିସ୍ଫୋରଣ ପଛରେ ଆତଙ୍କୀଙ୍କ ହାତ ନା ଅନ୍ୟ କିଛି କାରଣ ଅସ୍ପଷ୍ଟ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories