www.samajalive.in
Monday, December 8, 2025
14.1 C
Bhubaneswar

ଭାରତୀୟ କୁସ୍ତି ସଂଘ ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଥିବା ବେଳେ ସୋମବାର ଭାରତୀୟ କୁସ୍ତି ସଂଘର ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ମେ’ ୭ ତାରିଖରେ ହେବ‌ାକୁ ଥିବା ଏହି ନିର୍ବାଚନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ନୂଆଶୈଳୀରେ ନିର୍ବାଚନ ହେବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଭାରତୀୟ ଅଲମ୍ପିକ ସଂଘ ଏକ ସମିତି ଗଠନ କରିବ ଓ ଏହି ସମିତି ଆଗାମୀ ୪୫ଦିନରେ କୁସ୍ତି ସଂଘର ନିର୍ବାଚନ ପୂରା କରାଇବ। ଏଥିସହ ଏହି ସମିତି ସେପର୍ଯ୍ୟନ୍ତ କୁସ୍ତି ସଂଘଙ୍କ ଦୈନନ୍ଦିନର କାର୍ଯ୍ୟ ମଧ୍ୟ ତଦାରଖ କରିବ। ଇତି ମଧ୍ୟରେ ଜାନୁଆରୀରେ ଗଠନ ହୋଇଥିବା ତଦାରଖ କମିଟି ନିଜର ରିପୋର୍ଟ ଦାଖଲ କରିଛି।

- Advertisement -

ଅପରପକ୍ଷେ, ଜନ୍ତରମନ୍ତରରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି। ୭ ଜଣ ମହିଳା କୁସ୍ତିଯୋଦ୍ଧା ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ପିଟିସନରେ ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି ହୋଇଛି। ଏଥିସହ ଆବେଦନରେ କୁହାଯାଇଛି ଯେ, ଏପ୍ରିଲ ୨୧ରେ ଦିଲ୍ଲୀର କନ୍ନଟ ପ୍ଲେସ ଥାନାରେ ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ କରିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଇନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories