www.samajalive.in
Monday, December 8, 2025
13.1 C
Bhubaneswar

ମିଶ୍ରି ପାନମଧୁରୀ.. ପେଟ ଥଣ୍ଡା ରଖିବା ସହ ମିଳେ ଅନେକ ଲାଭ

ଖରାଦିନେ ସୁସ୍ଥ ରହିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଜିନିଷ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଖରାଦିନେ ମିଳୁଥିବା ଫଳ, ପନିପରିବା କିଛି ମସଲା ଖାଦ୍ୟରେ ସାମିଲ କରିବା ଉଚିତ।  ଶରୀରକୁ ଭିତରୁ ଥଣ୍ଡା ରଖିବା ପାଇଁ ତରଭୂଜ, କାକୁଡି ଆଦି ଖାଇବା ଉଚିତ। ମାତ୍ର ଏପରି ୨ଟି ଜିନିଷ ରହିଛି, ଯାହାକୁ ଏକାସହ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ସେହି ଜିନିଷ ହେଉଛି ପାନମଧୁରୀ ଓ ମିଶ୍ରି। ଜାଣନ୍ତୁ..

ମିଶ୍ରି ସହଜରେ ହଜମ ହୋଇଥାଏ। ରାତିରେ ଶୁଖିଲା କାଶ ଜନିତ ସମସ୍ୟା ଥିଲେ, ମିଶ୍ରି ସେବନ କରିବା ଉଚିତ। ମିଶ୍ରି ପ୍ରାକୃତିକ ରୂପରେ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଜଳାପୋଡାରୁ ମୁକ୍ତି ଦେଇଥାଏ। ଗରମ ପ୍ରଭାବରୁ ରକ୍ଷା ପାଇବାକୁ ହେଲେ ମିଶ୍ରି ପାଣିର ସେବନ କରନ୍ତୁ। କେତେକ ସମୟରେ ବାନ୍ତି, ବଦହଜମି, ଏସିଡିଟି ଆଦି ହେଉଥିବା ଦେଖାଯାଏ। ଏହି ସମୟରେ ମିଶ୍ରି ସେବନ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

- Advertisement -

ରେସ୍ତୋରାଁ ହେଉ ଅଥବା ହୋଟେଲ ମିଶ୍ରି ଓ ପାନମଧୁରୀ ନିଶ୍ଚୟ ରଖାଯାଇଥିବା ଦେଖଯାଏ। ଖାଦ୍ୟ ସେବନ ପରେ ସାଧାରଣତଃ ଏହାର ସେବନ କରିଥାଆନ୍ତି। ଏହାକୁ ଏକତ୍ରିତ ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ଓ ସଠିକ ଭାବେ ହଜମ ହୋଇଥାଏ। ମିଶ୍ରି ଓ ପାନମଧୁରୀ ଏକତ୍ରିତ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଏହାର ସେବନ ଦ୍ୱାରା ଶରୀରରେ ହିମଗ୍ଲୋବିନ୍‌‌ ସ୍ତର ବୃଦ୍ଧି ହୋଇଥାଏ। ଏହାର ସେବନ ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।

ଥକ୍କାପଣ,ଦୁର୍ବଳ କିମ୍ବା ବାରମ୍ବାର ମୁଣ୍ଡ ବୁଲାଇବା ଭଳି ଅନୁଭବ କରୁଥିଲେ ମିଶ୍ରି ଓ ପାନମଧୁରୀ ସେବନ କରନ୍ତୁ। ନିୟମିତ ରୂପେ ଏହାର ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ, ତେବେ ମିଶ୍ରି ଓ ପାନମଧୁରୀର ନିଶ୍ଚୟ ସେବନ କରନ୍ତୁ। ଏହା ଚକ୍ଷୁ ପାଇଁ ଖୁବ ଉପକାରୀ ହେବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
ପାଟି ଦୁର୍ଗନ୍ଧ ଦୂର ପାଇଁ ନିୟମିତ ମିଶ୍ରି ଓ ପାନମଧୁରୀର ସେବନ କରନ୍ତୁ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories