www.samajalive.in
Thursday, December 11, 2025
15.1 C
Bhubaneswar

’ସିଗନେଚର’ ସେତୁ ଫଟୋକୁ ନେଇ ବିବାଦ

ନୂଆଦିଲ୍ଲୀ : ଦୀର୍ଘ ୧୪ ବର୍ଷର ଅପେକ୍ଷା ପରେ ଉତ୍ତରପୂର୍ବ-ଉତ୍ତରପଶ୍ଚିମ ଦିଲ୍ଲୀକୁ ସଂଯୋଗ କରିବା ପାଇଁ ନିର୍ମିତ ’ସିଗନେଚର’ ସେତୁର ଉଦଘାଟନୀ ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଛି । ରବିବାର ଅପରାହ୍ଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ସେତୁକୁ ଉଦଘାଟନ୍ କରିବାକୁ ଥିବାବେଳେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏନେଇ ଫଟୋ ମରାଯାଇଛି । ତେବେ ଏହି ଫଟୋରେ ଦିଲ୍ଲୀ ସରକାର ନେଦରଲ୍ୟାଣ୍ଡର ଏକ ସେତୁର ଫଟୋ ବ୍ୟବହାର କରିଥିବା ବିଜେପି ଅଭିଯୋଗ କରିଛି।
ଦିଲ୍ଲୀ ବିଜେପି ମୁଖପାତ୍ର ତଜିନ୍ଦର ପାଲଙ୍କ କହିବା ଅନୁସାରେ କେଜରିୱାଲ ସରକାରୀ ବିଜ୍ଞାପନରେ ସିଗନେଚର ସେତୁରର ଫଟୋ ଦେବା ବଦଳରେ ନେଦରଲ୍ୟାଣ୍ଡର ଇରାସମସ୍‍ ସେତୁର ଫୋଟୋ ଦେଇଛନ୍ତି। ଯଦି ସେମାନେ ସେତୁ ପାଇଁ କିଛି କାମ କରିଥାନ୍ତେ ତା ହେଲେ ଏଭଳି ଫଟୋ ଚୋରି କରିବାକୁ ପଡି ନଥାନ୍ତା ବୋଲି ସେ କହିଛନ୍ତି। ସେହିପରି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ନିମନ୍ତ୍ରଣ ନେଇ ମଧ୍ୟ ବିବାଦ ଦେଖାଦେଇଛି । ଏହି ଉଦଘାଟନୀ ସମାରୋହକୁ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ ।
ସୂଚନାଯୋଗ୍ୟ ଯେ ୨୦୦୪ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ୪୬୪ କୋଟି ଟଙ୍କା ଅର୍ଥ ଅଟକଳ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ସମୟସୀମା ବୃଦ୍ଧି ସହ ବ୍ୟୟଅଟକଳ ବୃଦ୍ଧି ପାଇଥିଲା । ଦୀର୍ଘ ୧୪ ବର୍ଷ ପରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories