www.samajalive.in
Friday, December 12, 2025
19.1 C
Bhubaneswar

ଟସର ସଂରକ୍ଷଣ ପ୍ରକଳ୍ପ, ଠାକୁରମୁଣ୍ଡା ଓ ମହୁଲଡିହାରେ ହରିଲୁଟ

ଠାକୁରମୁଣ୍ଡା: ଟସର ସଂରକ୍ଷଣ ପ୍ରକଳ୍ପ ଠାକୁରମୁଣ୍ଡା ଓ ମହୁଲଡିହାରେ ହରିଲୁଟ। କର୍ମଚାରୀଙ୍କ ପାଇଁ ବୁଡିଯାଉଛି ଟସର ଚାଷ। ଠାକୁରମୁଣ୍ଡାରେ କେବଳ କାଗଜ ପତ୍ରରେ ଚାଲିଛି ସୋସାଇଟି। ଏଭଳି ଏକ ନଜିର ଦେଖିବାକୁ ମିଳିଛି ଠାକୁରମୁଣ୍ଡା ଓ ମହୁଲଡିହା ଟସର ସୋସାଇଟିରେ।

ମୋଦଲ ଟସର ଚାଷ ପାଇଁ ଠାକୁରମୁଣ୍ଡାର ଜଳବାୟୁ ଅନୁକୂଳ। ମୋଦଲ ଟସର ବିଲୁପ୍ତ ପ୍ରାୟ ହେଉଥିବାରୁ ଏହାକୁ ବଞ୍ଚାଇ ରଖିବାକୁ ଓ ବୃଦ୍ଧି କରିବାକୁ ବଣ୍ୟ ଟସର ପ୍ରକଳ୍ପ ପାଇଁ ସରକାର ସମସ୍ତ ସାହାଯ୍ୟ ଯୋଗାଇ ଦେଉଛନ୍ତି। ମାତ୍ର ପରିତାପର ବିଷୟ ଯେ, ମୋଦଲ ଟସର ସଂରକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ସୋସାଇଟି ସମ୍ପାଦକ ମିଥ୍ୟା ଭାଉଚର କରି ହରିଲୁଟ କରିଥିବା ଅଭିଯୋଗ ଆସିଛିl ବିଗତ ବର୍ଷ ୪୦ ହଜାର ମୋଦଲ ଟସର ଚାଷୀଙ୍କ ନିକଟରୁ ୬ ଟଙ୍କା ଦରରେ କିଣି ୧୦ ଟଙ୍କା ଦରରେ ବିଲ କରାଯାଇଛିl ସେତେବେଳେ ଅମରସିଂ ନାୟକ ସମ୍ପାଦକ ଥିଲେ। କେବଳ ଟସର କିଣା ନାମରେ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ବାଟ ମାରଣା କରାଯାଇଛି। ବିଗତ ବର୍ଷ ଚାଷୀଙ୍କୁ ଟସର ଅଣ୍ଡା ଯୋଗାଯାଇ ନାହିଁ କିମ୍ବା ଟସର ମଧ୍ୟ ଉତ୍ପାଦନ ହୋଇନି। ଏଭଳି ଅନେକ ଦୁର୍ନୀତିରେ ଲିପ୍ତ ଅଛନ୍ତି କର୍ମଚାରୀ। ଟସର ଉତ୍ପାଦନ ନ ଥିବାବେଳେ ଟସର ସାଥୀ ରଖାଯାଇ ଦରମା ପ୍ରଦାନ କରାଯାଉଛି। ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ।

- Advertisement -

ମହୁଲଡିହା ଟସର ସୋସାଇଟି କେବଳ କାଗଜ ପତ୍ରରେ ଚାଲିଛି। ଏଣେ ପ୍ରୋତ୍ସାହନ ଅଭାବରୁ ଟସର ଚାଷୀ ଟସର ଚାଷ ଛାଡିଦେଲେଣି। ଗୋଟିଏ ଗୋଷ୍ଠୀ ଏଭଳି ରାକେଟରେ ଦୀର୍ଘ ଦିନ ହେଲା ସାମିଲ ଅଛନ୍ତି ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories