www.samajalive.in
Wednesday, December 10, 2025
18.1 C
Bhubaneswar

ଗଛ ଲଗାଇବା ସହ ଏହାର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ ଧଉଳି ଶାନ୍ତି ସ୍ତୂପ ଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମ ‘ୱାଟରିଂ ଦି ପ୍ଲାଣ୍ଟେଡ୍ ୱାନ୍ସ’ ରେ ଅଂଶଗ୍ରହଣ କରି ଧଉଳିର ସବୁଜିମା ସ୍ଥିତି ଅନୁଧ୍ୟାନ କରିଥିଲେ। ଧଉଳି ପାହାଡ଼ ଓ ରାସ୍ତା ପାର୍ଶ୍ବରେ କିଛି ମାସ ପୂର୍ବେ ଲଗା ଯାଇଥିବା ୩୦୦ରୁ ଅଧିକ ଅଶ୍ୱସ୍ତ ଓ ବରଗଛଗୁଡ଼ିକ ବୁଲି ଦେଖିଥିଲେ। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଗଛ ଗୁଡ଼ିକରେ ପାଣି ଦେବା ଉଦ୍ଦେଶ୍ୟରେ ଆଜି ଏକ ସ୍ୱତନ୍ତ୍ର ଅଭିଯାନରେ କେତେକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଅନୁଷ୍ଠାନରୁ ସ୍ୱେଛାସେବୀମାନେ ସାମିଲ ହୋଇଥିଲେ। ଲଗାଯାଇଥିବା ପ୍ରାୟ ସମସ୍ତ ଗଛ ବଞ୍ଚିଥିବା ଦେଖି ଅତିରିକ୍ତ ଜିଲାପାଳ ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତେ ବିଭିନ୍ନ ଗଛରେ ପାଣି ଦେଇଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି ଦୃଷ୍ଟିରୁ ବୃକ୍ଷରୋପଣ ଯେପରି ଆବଶ୍ୟକତା ରହିଛି, ସେହିପରି ଲଗାଯାଉଥିବା ଗଛ ଗୁଡ଼ିକର ଯତ୍ନନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ୟ୍ୟକ୍ରମରେ ଜିଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ, ଜାତୀୟ ସେବା ସଂସ୍ଥା ଖୋର୍ଦ୍ଧାର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ରଘୁନାଥ ମଣ୍ଡଳଙ୍କ ନେତୃତ୍ୱରେ ଏକ ଏନଏସଏସ ସ୍ୱେଛାସେବୀ ଦଳ, ଭାରତ ସ୍କାଉଟ ଓ ଗାଇଡର ଯୁଗ୍ମ ସମ୍ପାଦକ ମିହିର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ, ସ୍ଥାନୀୟ ସିଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍ୱୟଂସହାୟିକ ଗୋଷ୍ଠୀର ସଦସ୍ୟା, କମଳା ନେହେରୁ ମହିଳା ମହାବିଦ୍ୟାଳୟର ଛାତ୍ରୀ, ସିଭିଲ ଡିଫେନ୍ସ ସ୍ୱେଛାସେବୀମାନେ ଯୋଗଦେଇ ଲଗାଯାଇଥିବା ଗଛରେ ପାଣି ଦେଇଥିଲେ। ଧଉଳି ପାହାଡ଼ରେ ସବୁଜିମା ରକ୍ଷା ପାଇଁ ପାହାଡର ବିଭିନ୍ନ ଅଞ୍ଚଳରେ ବିଛା ଯାଇଥିବା ପାଇପ ଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ପଦକ୍ଷେପ ନିଆ ଯାଇଛି ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ। ଧଉଳି ଉନ୍ନୟନ କମିଟି ତରଫରୁ ବିଭିନ୍ନ ସମୟରେ ଗଛଗୁଡିକର ମଧ୍ୟ ଯତ୍ନ ନିଆଯାଉଥିବା ସମ୍ପର୍କରେ ଜିଲା ପର୍ୟ୍ୟଟନ ଅଧିକାରୀ ପ୍ରକାଶ କରିଥିଲେ। କଳିଙ୍ଗ ନିପ୍ପୋନ ବୁଦ୍ଧ ସଂଘର ସମ୍ପାଦକ ଲି କଙ୍ଗ ୟଙ୍ଗ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories