www.samajalive.in
Monday, December 8, 2025
13.1 C
Bhubaneswar

ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ; ୪ ଯବାନ ଶହୀଦ୍‌‌

ଚଣ୍ଡିଗଡ : ପଞ୍ଜାବ ବଠିଣ୍ଡାରେ ମିଲିଟାରୀ ଷ୍ଟେସନ ଭିତରେ ବୁଧବାର ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ୪ ଜଣ ଯବାନ ଶହୀଦ୍‌‌ ହୋଇଛନ୍ତି। ଭୋର ପ୍ରାୟ ୪ଟା ୩୫ରେ ଗୁଳିକାଣ୍ଡ ଘଟିଥିବା ବେଳେ କିଏ ଗୁଳିମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ସମସ୍ତ ଅଞ୍ଚଳକୁ ସିଲ୍‌‌ କରାଯିବା ସହ ତଲାସି ଅଭିଯାନ ଜୋରଦାର କରାଯାଉଛି। ଏହା ଆତଙ୍କୀ ହାମଲା ନୁହେଁ ବୋଲି ପଞ୍ଜାବ ପୁଲିସ କହିଛି। ୨ ଦିନ ତଳେ ଷ୍ଟେସନରୁ ଏକ ରାଇଫଲ କ୍ୟାମ୍ପରୁ ଗାଏବ ହୋଇଥିଲା ବୋଲି ସୂଚନା ମିଳିଛି। ଏହାସହ ଏହି ଘଟଣା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହେବା ସହ ଉକ୍ତ ଅଞ୍ଚଳ ନିକଟବର୍ତ୍ତୀ ସ୍କୁଲ ଗୁଡିକୁ ଛୁଟି କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories