www.samajalive.in
Thursday, December 11, 2025
23.1 C
Bhubaneswar

ବାରବାଟୀକୁ ଭୁଲିଗଲେ କି ସରକାର, କେନ୍ଦ୍ରକୁ ଦେଇନାହାନ୍ତି ପ୍ରସ୍ତାବ

ଡେସ୍କ: ରାଜ୍ୟ ସରକାର ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇ ନ ଥିବା ଜଣାପଡ଼ିଛି। ଲୋକସଭାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏହା କହିଛନ୍ତି। ସାଂସଦ ଶ୍ରୀ ମହତାବ ୬୦୦ ବର୍ଷ ପୁରାତନ କଟକ-ବାରବାଟୀ ଦୁର୍ଗର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା, ଏହାକୁ ପର୍ଯ୍ୟଟନସ୍ଥଳୀ ରୂପେ ବିକାଶ କରାଇବା ଏବଂ କେନ୍ଦ୍ରୀୟ ପର୍ଯ୍ୟଟନ ତାଲିକାରେ ଅନ୍ତର୍ଭୁକ୍ତ କରିବା ନେଇ ପ୍ରଶ୍ନ କରିଥିଲେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଥିଲେ ଯେ, ଓଡ଼ିଶା ସରକାର ବାରବାଟୀ ଦୁର୍ଗର ପର୍ଯ୍ୟଟନସ୍ଥଳୀ ରୂପେ ବିକାଶ ନିମନ୍ତେ କିମ୍ବା କେନ୍ଦ୍ରୀୟ ପର୍ଯ୍ୟଟନସ୍ଥଳୀରେ ଅନ୍ତର୍ଭୁକ୍ତ କରିବା ଲାଗି କୌଣସି ପ୍ରସ୍ତାବ ଦେଇ ନାହାଁନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories