www.samajalive.in
Tuesday, December 9, 2025
15.1 C
Bhubaneswar

ଜାତୀୟ ଐତିହ୍ୟ ତାଲିକା, ଓଡ଼ିଶା ପାଇଁ ଏବେ ଯୋଜନା ନାହିଁ

ଡେସ୍କ: ଓଡ଼ିଶାର କୌଣସି ଚିହ୍ନିତ ଐତିହାସିକ ଓ ସାଂସ୍କୃତିକ ସ୍ଥଳୀକୁ ଜାତୀୟ ଐତିହ୍ୟ ତାଲିକାରେ ସାମିଲ କରିବା ନେଇ କୌଣସି ଯୋଜନା ନ ଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି। ଲୋକସଭାରେ ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟକୁ ଅନେକ ଗୁଡ଼ିକ ଯୋଜନାରେ ଅର୍ଥ ଯୋଗାଇ ଦିଆଯାଉଛି। ଏହି ଯୋଜନାଗୁଡ଼ିକ ମଧ୍ୟରେ ବରିଷ୍ଠ କଳାକାର ଭତ୍ତାଠାରୁ ଆରମ୍ଭ କରି ସାଂସ୍କୃତିକ ସ୍ଥଳୀର ବିକାଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୧-୨୨ ବର୍ଷ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସେହିସବୁ ଯୋଜନା ଗୁଡ଼ିକରେ ଓଡ଼ିଶାର ୨୫ ଲକ୍ଷ ୫୧ ହଜାର ୬୨୭ ଜଣ ହିତାଧିକାରୀ ଉପକୃତ ହୋଇଥିବା ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories