www.samajalive.in
Saturday, December 6, 2025
26.1 C
Bhubaneswar

ଅନେକ ସମସ୍ୟା ଦୂର କରେ ତୁଳସୀପତ୍ର

ସଭିଁଙ୍କ ଘରର ଅଗଣାରେ ଶୋଭା ପାଏ ତୁଳସୀ ବୃକ୍ଷ। ନିୟମିତ ଏହାର ପୂଜାର୍ଚ୍ଚନା ମଧ୍ୟ କରାଯାଏ। ତୁଳସୀ ପତ୍ରର ଖୁବ ମହତ୍ତ୍ୱ ରହିଛି। ଧାର୍ମିକ ସହ ଏହାର ବିଭିନ୍ନ ଔଷଧୀୟ ଗୁଣ ମଧ୍ୟ ରହିଛି। ଶାସ୍ତ୍ରରେ ତୁଳସୀ ପତ୍ରର କିଛି ଚମତ୍କାରୀ ଗୁଣ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏହି ସରଳ ଉପାୟରେ ଭାଗ୍ୟରେ ସୁପରିବର୍ତ୍ତନ ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ମନସ୍କାମନା ପୂରଣ ହୋଇଥାଏ। ଜୀବନରେ ସୁଖସମୃଦ୍ଧି,ହସଖୁସି ଭରି ଯାଇଥାଏ। ଜାଣନ୍ତୁ..
ନିଜ ମନସ୍କାମନା ପୂରଣ ପାଇଁ ୧୧ଟି ତୁଳସୀ ପତ୍ରକୁ ତୋଳନ୍ତୁ। ମାତ୍ର ରବିବାର କିମ୍ବା ଏକାଦଶୀରେ ତୁଳସୀପତ୍ର ତୋଳନ୍ତୁ ନାହିଁ। ସ୍ନାନ କରିବା ପରେ ତୁଳସୀବୃକ୍ଷଙ୍କ ନିକଟରେ ପ୍ରଣାମ କରି ତୁଳସୀପତ୍ର ତୋଳନ୍ତୁ।ଏହାକୁ ଭଲ ଭାବେ ଶୁଖାଇ ଦିଅନ୍ତୁ। ଏହାପରେ ପ୍ରଭୁ ହନୁମାନଙ୍କୁ ଅର୍ପଣ କରୁଥିବା ଲାଲ ସିନ୍ଦୁରରେ ତେଲ ମିଶାଇ ତୁଳସୀ ପତ୍ର ଉପରେ ପ୍ରଭୁ ଶ୍ରୀରାମଙ୍କ ନାମ ଲେଖନ୍ତୁ। ଏହାକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ। ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରନ୍ତୁ। ଏପରି କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଆଉ ଏକ ଉପାୟ ଅନୁଯାୟୀ, ୪ ରୁ ୫ଟି ତୁଳସୀ ପତ୍ର ନିଅନ୍ତୁ। ଏହାପରେ ପତ୍ରକୁ ଧୋଇ ସଫା କରନ୍ତୁ। ଏକ ପିତ୍ତଳ ଲୋଟା କିମ୍ବା ପାତ୍ର ନିଅନ୍ତୁ। ଏଥିରେ ସଫା ପାଣି ନେଇ ତୁଳସୀପତ୍ରକୁ ରଖନ୍ତୁ। ନିୟମିତ ସ୍ନାନ ପରେ ଘରର ମୁଖ୍ୟ ଦରଜାରେ ଏହି ଜଳ ଛିଞ୍ଚନ କରନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ଘରେ ସୁଖସମୃଦ୍ଧି ଓ ଶାନ୍ତି ସର୍ବଦା ରହିଥାଏ।
ତୁଳସୀ ପତ୍ରକୁ ଏକ ଲାଲ ରଙ୍ଗର କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ। ଏହାକୁ ପର୍ସରେ ମଧ୍ୟ ରଖିପାରିବେ। ଏପରି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories