www.samajalive.in
Friday, December 12, 2025
19.1 C
Bhubaneswar

ରଣଜୀ ଟ୍ରଫି : ଅନୁରାଗଙ୍କ ଶତକ ; ଓଡ଼ିଶା ୬/୨୩୨

ଭୁବନେଶ୍ୱର : ଚଳିତ ସିଜିନ୍‍ର ପ୍ରଥମଶ୍ରେଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଗୁରବାରଠାରୁ ଆରମ୍ଭ ହୋଇଛି। ଏହି ରାଉଣ୍ଡରେ ଭୁବନେଶ୍ୱରର କିଟ୍‍ ଗ୍ରାଉଣ୍ଡରେ ହରିୟାଣା ବିପକ୍ଷରେ ଓଡ଼ିଶାର ମ୍ୟାଚ୍‍ ମଧ୍ୟ ଗୁରୁବାର ଆରମ୍ଭ ହୋଇଛି। ଏହି ମ୍ୟାଚ୍‍ର ପ୍ରଥମଦିନରେ ଓଡ଼ିଶା ଓପ୍‍ନର ଅନୁରାଗ ଷଡ଼ଙ୍ଗୀ ଶତକ ହାସଲ କରିଛନ୍ତି । ଫଳରେ ଗ୍ରୁପ୍‍ ‘ସି’ର ଏହି ମ୍ୟାଚ୍‍ର ପ୍ରଥମଦିନ ଶେଷ ସୁଦ୍ଧା ଓଡ଼ିଶା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୨୩୨ ରନ୍‍ କରିପାରିଛି।

ଏହି ବ୍ୟାଟିଂ ଉପଯୋଗୀ ପିଚରେ ଟସ୍‍ ଜିତି ଓଡ଼ିଶା ବ୍ୟାଟିଂ ନେଇଥିଲା। ହରିୟାଣାର ନୂଆବଲ୍‍ ବୋଲର ଓଡ଼ିଶାର ଓପ୍‍ନିଂ ଯୋଡ଼ିଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲେ। ଘରୋଇ ଦଳର ଦୁଇ ଓପ୍‍ନର ଅନୁରାଗ ଷଡ଼ଙ୍ଗୀ ଓ ସନ୍ଦୀପ ପଟ୍ଟନାୟକ ୧୮ ଓଭର କ୍ରିଜ୍‍ରେ ରହି ହରିୟାଣା ଦଳକୁ ନିରାଶ କରିଥିଲେ। ତେବେ ୨ଟି ଚୌକା ସହ ୨୦ ରନ୍‍ କରି ସେଟ୍‍ ହୋଇ ଯାଇଥିବା ସନ୍ଦୀପ ପଟ୍ଟନାୟକ ଆଉଟ ହୋଇ ଯାଇଥିଲେ। ପରେ ଦଳର ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ ଗୋବିନ୍ଦ ପୋଦ୍ଦାର ଓ ଅନୁରାଗ ସ୍କୋର୍‍କୁ ୯୮ ରନ୍‍ରେ ପହଞ୍ଚାଇଥିଲେ। ଗୋବିନ୍ଦ ୧୪ ରନ୍‍କରି ଆନ୍ତର୍ଜାତିକ ପେସ୍‍ ବୋଲର ମୋହିତ ଶର୍ମାଙ୍କ ପ୍ରଥମ ଶିକାର ହୋଇଥିଲେ। ଶୁଭ୍ରାଂଶୁ ସେନାପତି ୧୧ ରନ୍‍କରି ବିଦାୟ ନେବା ବେଳକୁ ୪୨ ଓଭରରେ ଓଡ଼ିଶାର ସ୍କୋର୍‍ ଥିଲା ୩ ୱିକେଟରେ ୧୨୩ ରନ୍‍। ଏହାପରେ ଓଡ଼ିଶାର ରନ୍‍ଗତି ଧିମେଇ ଯାଇଥିଲା। ଫଳରେ ପ୍ରଥମଦିନର ଷ୍ଟମ୍ପ୍‍ ଅପସାରଣ ସୁଦ୍ଧା ଆଉ ୪୮ ଓଭରରୁ ଓଡ଼ିଶା ମାତ୍ର ୧୦୯ ରନ୍‍ ଯୋଗ କରି ପାରିଥିଲା। ଅଧିନାୟକ ବିପ୍ଳବ ସାମନ୍ତରାୟ ସତର୍କତାର ସହ ଖେଳିଥିଲେ ହେଁ ବଡ଼ ସ୍କୋର୍‍ କରି ପାରିନଥିଲେ। ବିପ୍ଳବ ୪୩ ବଲ୍‍ରୁ ୯ ରନ୍‍ କରିଥିଲେ। ୨ ବର୍ଷରୁ ଅଧିକ ସମୟ ପରେ ଓଡ଼ିଶା ରଣଜୀ ଟ୍ରଫି ଏକାଦଶକୁ ଫେରିଥିବା ଅନୁରାଗ ଷଡ଼ଙ୍ଗୀ ଏହି ସୁଯୋଗର ଫାଇଦା ଉଠାଇ ଦର୍ଶନୀୟ ଶତକ ମାରିଥିଲେ। ବାମହାତି ଅନୁରାଗ ୨୦୧୬ ଅକ୍ଟୋବରରେ ଶେଷ ରଣଜୀ ମ୍ୟାଚ୍‍ ଖେଳିଥିଲେ। ଏହି ବାମହାତି ୧୯୦ ବଲ୍‍ ଖେଳି ୨ଟି ଛକା ଓ ୧୭ଟି ଚୌକା ସହ ୧୧୬ ରନ୍‍କରି ୫ମ ବ୍ୟାଟ୍‍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଏହା ଅନୁରାଗଙ୍କ ଜୀବନର ପ୍ରଥମ ଶତକ। ପରେ ଶାନ୍ତନୁ ମିଶ୍ର ଓ ୱିକେଟ ରକ୍ଷକ ସୁଜିତ ଲେଙ୍କା ୬ଷ୍ଠ ୱିକେଟ ପାଇଁ ମୂଲ୍ୟବାନ ୪୫ ରନ୍‍ ଯୋଗ କରିଥିଲେ। ଦିନର ଶେଷଆଡ଼କୁ ସୁଜିତ ୧୫ ରନ୍‍କରି ଆଉଟ ହୋଇ ଯାଇଥିଲେ। ଷ୍ଟମ୍ପ୍‍ ଅପସାରଣ ବେଳକୁ ଶାନ୍ତନୁ ମିଶ୍ର ୪ଟି ଚୌକା ସହ ୩୦ ଓ ଦେବବ୍ରତ ପ୍ରଧାନ ୭ ରନ୍‍କରି ଅପରାଜିତ ରହିଛନ୍ତି। ହରିୟାଣାର ଦୁଇ ମୁଖ୍ୟ ପେସ୍‍ ବୋଲର ମୋହିତ ଶର୍ମା ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ ପାଇଛନ୍ତି। ଟେଷ୍ଟ ମ୍ୟାଚ୍‍ ଖେଳିଥିବା ଅଫ୍‍ସ୍ପିନର ଜୟନ୍ତ ଯାଦବଙ୍କୁ କୌଣସି ୱିକେଟ ମିଳିନାହିଁ।
୩ ଓଡ଼ିଆଙ୍କ ପଦାର୍ପଣ
ଏହି ମ୍ୟାଚରେ ଓଡ଼ିଶାର ୩ ଖେଳାଳି ରଣଜୀ ଟ୍ରଫି ଜୀବନ ଆରମ୍ଭ କରିଛନ୍ତି। ସେମାନେ ହେଲେ ୧୯ ବର୍ଷରୁ କମ୍‍ ଏସିଆ କପ୍‍ ଚମ୍ପିଆନ୍‍ ଭାରତୀୟ ଦଳର ସଦସ୍ୟ ପେସ୍‍ବୋଲର ରାଜେଶ ମହାନ୍ତି, ଦେଓଧର ଟ୍ରଫି ଚମ୍ପିଆନ୍‍ ଦଳରେ ଥିବା ବାମହାତି ସ୍ପିନର ପପ୍ପୁ ରାୟ ଓ ପେସ୍‍ ବୋଲର ଦେବବ୍ରତ ପ୍ରଧାନ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories