www.samajalive.in
Wednesday, December 10, 2025
26.1 C
Bhubaneswar

ନାଟକ ସବୁବେଳେ ସମୟୋପଯୋଗୀ ଓ ସାଧାରଣ ମଣିଷର କାହାଣୀ ହେବା ଦରକାର

ଭୁବନେଶ୍ବର: ନାଟକ ସମାଜର ପ୍ରତିଫଳନ। ଆମ ଜୀବନର ପରିବେଶ, ପରିସ୍ଥିତି ଓ ସମସ୍ୟାର ଦର୍ପଣ ହେଉଛି ନାଟକ। ନିଜ ଜୀବନର କାହାଣୀକୁ ଦର୍ଶକ ନାଟକରେ ଖୋଜେ ଏବଂ ତା ସମସ୍ୟାର ସମାଧାନ ଵି ନାଟକରେ ପାଇବାକୁ ଇଛା କରେ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ପାଳିତ ହୋଇଥିବା ‘ବିଶ୍ବ ନାଟ୍ୟ ଦିବସ’ ଅବସରରେ ଆୟୋଜିତ ଆଲୋଚନାଚକ୍ର ‘ସେକ୍ସପିୟର, ଆମର ସମସାମୟିକ’ରେ ଯୋଗଦେଇ ବକ୍ତମାନେ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ନାଟକ ସବୁବେଳେ ସମୟୋପଯୋଗୀ ଓ ସାଧାରଣ ମଣିଷର କାହାଣୀ ହେବା ଦରକାର। ତାହେଲେ ଯାଇ ନାଟକ ଦର୍ଶକ ଦୌରା ଆଦୃତ ହେବ ଓ ନାଟକ ଜୀବିତ ରହିବ ବୋଲି ପ୍ରକାଶ କରିଥିଲେ। ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସେକ୍ସପିୟର, ଆମର ସମସାମୟିକ’ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ। କଥାକାର ପ୍ରଦୋଷ ମହାନ୍ତି ନାଟକର ବିଭିନ୍ନ ଦିଗ ଓ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଆବାହକ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ ଓଡ଼ିଶାରେ ନାଟକ ଓ ଯାତ୍ରା ପରମ୍ପରା ଉପରେ ଆଲୋଚନା କରିଥିଲେ।

- Advertisement -

ଏହି ଅବସରରେ ବିଭାଗର ନ୍ୟୁଜ ବୁଲେଟିନ ‘ଇଂଲିଶ ଆଟ ଉତ୍କଳ’ ଉନ୍ମୋଚିତ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ କ୍ଷୁଦ୍ର ନାଟକ ପରିବେଷିତ ହୋଇଥିଲା। ସେମିନାର ସମ୍ପାଦକ ପିୟୁଷ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories