ଯୌତୁକ ପାଇଁ ବଧୂ ହତ୍ୟା.. ଶାଶୂ ଓ ସ୍ବାମୀକୁ ଆଜୀବନ.. ଶାଶୂ ଚଞ୍ଚଳା ସାହୁ ଓ ସ୍ବାମୀ ସୁରେନ୍ଦ୍ର ସାହୁଙ୍କୁ ଆଜୀବନ କାରାଦଣ୍ଡ.. ଆଜୀବନ ଜେଲ ସହ ୧୦ହଜାର ଜରିମାନା କଲେ ଏଡିଜେ କୋର୍ଟ.. ୨୦୧୯ରେ କୋରେଇ ଥାନା ଜଳନ୍ଦା ଗାଁରେ ଘଟିଥିଲା ହତ୍ୟାକାଣ୍ଡ..
ରୁଷରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍.. ଗସ୍ତ ଉପରେ ସମଗ୍ର ବିଶ୍ବର ଆଖି..
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ୧୪ ଦିନ ବୃଦ୍ଧି କରିଛନ୍ତି.. ଏବେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ..
କାମାକ୍ଷାନଗର ଉପଖଣ୍ଡ ରାଇବୋଲ ଗ୍ରାମରୁ ଏକ ବିରଳ ପ୍ରଜାତିର ବିରାଟକାୟ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଛି.. ଉଦ୍ଧାର ପକ୍ଷୀର ଉଚ୍ଚତା ପ୍ରାୟ ୩ ଫୁଟ ହେବ..
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୁଣି ଇଡିରେ ହାଜର ହେଲେ ବିଆରଏସ ନେତ୍ରୀ କେ. କବିତା..
ଶେଷ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା.. ଶେଷ ଦିନରେ ଗଣିତ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ.. ଗତ ୧୦ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା.. ଆସନ୍ତା ୩ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା.. ବୋର୍ଡ ପକ୍ଷରୁ ସୂଚନା..
ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା.. ବିମାନ ବନ୍ଦରରେ ସ୍ବାଗତ କଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ..
ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ.. ସୁରକ୍ଷା କଡାକଡି..
ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳକୁ ନେଇ ଆଜି ପାଳନ କରାଯାଉଛି ‘ପଖାଳ ଦିବସ’..



