www.samajalive.in
Sunday, December 7, 2025
26.1 C
Bhubaneswar

ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ: ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ ଦଳ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ହାସଲ କରିଛି। ବନାରସ କାଶୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ୨-୧ ଗୋଲରେ କାଶୀ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଯୋଗ୍ୟତା ହାସଲ କରିଛି। ପୂର୍ବରୁ ଲିଗ୍‍ ପର୍ଯ୍ୟାୟ ମ୍ୟାଚରେ ଉତ୍କଳ ବିଶ୍ୱବିଦ୍ୟାଳୟ, ମଣିପୁର ଓ ବିହାର ବିଶ୍ୱବିଦ୍ୟାଳୟ ସହ ମ୍ୟାଚ୍‍ ଅମୀମାସିଂତ ରଖିôଥିବାବେଳେ ରାଞ୍ଚି ବିଶ୍ୱବିଦ୍ୟାଳୟ ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱପ୍ନାରାଣୀ ଦାସ, ପ୍ରିୟଙ୍କା ମହାନ୍ତି, କାପୁରା ମୁର୍ମୁ, ବୀଣାପାଣି ବିରୁଆ, ଉମା ଭାରତୀ ପରିଡ଼ା, ଲିପା ନାୟକ, ରୁନି ନାୟକ, ଝରଣା ମଲିକ, ଲକ୍ଷ୍ମୀପ୍ରିୟା ମହାରଣା, ସସ୍ମିତା ମଲିକ, ବୁଦେ୍ଧଶ୍ୱରୀ ମାଝି, ସୁମନ ମହାପାତ୍ର, ଦମୟନ୍ତୀ ତିରିଆ, ସୁସ୍ମିତା ଦଳେଇ, ପିଙ୍କି ପୁରତୀ, ସରିତା ମଲିକ, ସସ୍ମିତା ସ୍ୱାଇଁ, ପୂର୍ଣ୍ଣିମା ରାଓ ଦଳରେ ସାମିଲ ଥିବା ବେଳେ ପ୍ରଶିକ୍ଷକ ଭାବେ ସେକ୍‍ ସିରାଜ ଓ ମ୍ୟାନେଜର ଭାବେ ତୁଷାର ସାହୁ ଦାୟିତ୍ୱ ତୁଲାଇଥିଲେ। ଆସନ୍ତା ଡିସେମ୍ବରରେ ଗୁରୁନାନକ ଦେବ ବିଶ୍ୱବିଦ୍ୟାଳୟ ଅମୃତସରରେ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ ପ୍ରତିଯୋଗିତା ଖେଳାଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ସୂଚନା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories