www.samajalive.in
Monday, December 8, 2025
27.1 C
Bhubaneswar

ଜମିଜମା ବନ୍ଦୋବସ୍ତ ଓ ଚକବନ୍ଦୀ ରିଭିଜନ ମାମଲା: ଅତିରିକ୍ତ ଜିଲାପାଳଙ୍କୁ କ୍ଷମତା

ଭୁବନେଶ୍ୱର: ଜମିଜମା ବନ୍ଦୋବସ୍ତ ଓ ଚକବନ୍ଦି ସଂକ୍ରାନ୍ତ ରିଭିଜନ(ପୁନର୍ବିଚାର) ପାଇଁ ରହିଥିବା ବକେୟା ମାମଲାର ଫଇସଲା ତ୍ୱରାନ୍ୱିତ ହେବ। ମାମଲାଗୁଡ଼ିକର ଶୀଘ୍ର ଫଇସଲା କରି ଲୋକଙ୍କୁ ନ୍ୟାୟ ପ୍ରଦାନ ନେଇ ଏସବୁର ବିଚାର ପାଇଁ ଅତିରିକ୍ତ ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ରାଜସ୍ୱ ବିଭାଗର ଏହି ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ ଦେବା ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ରାଜ୍ୟରେ ଗତ ଫେବୃଆରୀ ମାସ ସୁଦ୍ଧା ବନ୍ଦୋବସ୍ତ ଏବଂ ଚକବନ୍ଦି ସଂକ୍ରାନ୍ତ ୧ଲକ୍ଷ ୨୩ ହଜାର ୭୧୯ଟି ରିଭିଜନ ମାମଲା ବିଭିନ୍ନ ଅଦାଲତରେ ପଡ଼ି ରହିଛି। ଓଡ଼ିଶା ସର୍ଭେ ଏବଂ ସେଟଲମେଣ୍ଟ ଆକ୍ଟ-୧୯୫୮ ଏବଂ କନସୋଲିଡେସନ ଅଫ ହୋଲ୍ଡିଂ ଆଣ୍ଡ ପ୍ରିଭେନସନ ଅଫ ପ୍ରୋଗମେଣ୍ଟେସନ ଅଫ ଲ୍ୟାଣ୍ଡ ଆଇନ ୧୯୭୨ରେ ବନ୍ଦୋବସ୍ତ ଓ ଚକବନ୍ଦି ସଂକ୍ରାନ୍ତ ରିଭିଜନ ମାମଲାର ଶୁଣାଣି ପାଇଁ ରାଜସ୍ୱ ପର୍ଷଦ ସଦସ୍ୟ କ୍ଷମତା ପ୍ରାପ୍ତ ଅଟନ୍ତି। ଅଧିକ ସଂଖ୍ୟକ ରିଭିଜନ ମାମଲା ଓ ଏସବୁର ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ୨୧ଟି ଅନ୍ୟ ଅଦାଲତକୁ ରିଭିଜନ ମାମଲାର ଶୁଣାଣି କ୍ଷମତା ଅର୍ପଣ କରାଯାଇଛି।
କଟକ ଓ ଭୁବନେଶ୍ୱରର କନସୋଲିଡେସନ କମିଶନର, ଭୁବନେଶ୍ୱରର କନସୋଲିଡେସନ କମିଶନର ଆଣ୍ଡ ସେଟଲମେଣ୍ଟ, କଟକର ଏଲଆରସି, କଟକ, ବ୍ରହ୍ମପୁର ଓ ସମ୍ବଲପୁରର ଆରଡିସି, ଭୁବନେଶ୍ୱରର ଆଡିସନାଲ କମିଶନର ଓ ତିନିଟି ଆଡିସନାଲ କୋର୍ଟ, କୋରାପୁଟର ଅତିରିକ୍ତ କମିଶନର ଲ୍ୟାଣ୍ଡ, କଟକର ଡାଇରେକ୍ଟର କନସୋଲିଡେସନ ଏବଂ ବୋର୍ଡ ଅଫ ରେଭେନ୍ୟୁ ଏବଂ ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା ଓ କଳାହାଣ୍ଡି ଜିଲାର ଜିଲାପାଳ ଆଦି ୨୧ଟି ଅଦାଲତରେ ରିଭିଜନ ମାମଲାର ବିଚାର କରାଯାଉଛି। ଏବେ ମେମ୍ବର ବୋର୍ଡ ଅଫ ରେଭେନ୍ୟୁଙ୍କ ଅଦାଲତରେ ୧୪ହଜାରରୁ ଅଧିକ ମାମଲା ଥିବା ବେଳେ ଅନ୍ୟାନ୍ୟ ଅଦାଲତରେ ୧ଲକ୍ଷ ୯ ହଜାରରୁ ଅଧିକ ମାମଲା ପଡ଼ି ରହିଛି।
ଜମିଜମା ବନ୍ଦୋବସ୍ତ ସଂକ୍ରାନ୍ତ ରିଭିଜନ ମାମଲାର ବିଚାର ନିମନ୍ତେ ସମସ୍ତ ଜିଲାର ସଦର ମହକୁମାରେ ଥିବା ଅତିରିକ୍ତ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏଥିସହିତ ଚକବନ୍ଦି ମାମଲା ଥିବା କଟକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ଢ଼େଙ୍କାନାଳ, ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ପୁରୀ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୋଳ ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ୧୯ଟି ଜିଲାର ଅତିରିକ୍ତ ଜିଲାପାଳମାନେ ଚକବନ୍ଦି ସଂକ୍ରାନ୍ତ ରିଭିଜନ ମାମଲାର ଫଇସଲା କରିବେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories