www.samajalive.in
Wednesday, December 10, 2025
16.1 C
Bhubaneswar

୪.୫୦କୋଟିର ନିଷିଦ୍ଧ ଔଷଧ ଜବତ

ଭୁବନେଶ୍ୱର:କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗତ ସେପ୍ଟେମ୍ବର ୧୩ରେ ୩୨୮ପ୍ରକାର ଔଷଧକୁ ନିଷିଦ୍ଧ କରାଯାଇଥିଲା। ଏସବୁ ଔଷଧକୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରିନେବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା କାର୍ଯ୍ୟାନ୍ୱୟନ କରିବାକୁ ନିର୍ଦେଶନାମା ଜାରି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଔଷଧ ପ୍ରତ୍ୟାହାର ପାଇଁ ସମସ୍ତ ଦୋକାନୀ ଓ ବିଭିନ୍ନ ସଂଘକୁ ନୋଟିସ୍‍ ହୋଇଥିଲା। ତଦନୁଯାୟୀ ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ ପକ୍ଷରୁ ବିଭିନ୍ନ ହୋଲସେଲର ଓ ଡିପ୍ଟୋ ଉପରେ ଚଢ଼ଉ କରି ପ୍ରାୟ ସାଢ଼େ ୪କୋଟି ଟଙ୍କାର ଔଷଧ ନିଷିଦ୍ଧ କରିଛନ୍ତି। ଏହାସହିତ ରାଜ୍ୟରେ ଚାଲିଥିବା ବେଆଇନ ଔଷଧ ଦୋକାନୀ, କ୍ୱାକ୍‍ ଉପରେ ମଧ୍ୟ ଚଢ଼ଉ କରି ବିପୁଳ ପରିମାଣର ଔଷଧ ଜବତ କରାଯାଇଥିବା ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।
ଏ ସମ୍ପର୍କରେ ରାଜ୍ୟ ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ସାରା ରାଜ୍ୟରେ ନିଷେଧ ଔଷଧ ବିକ୍ରି ବନ୍ଦ କରିବାପାଇଁ ସବୁ ଡିପ୍ଟୋ ଓ ହୋଲସେଲରଙ୍କ ଉପରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ହୋଲସେଲର ଓ ଡିପ୍ଟୋ କର୍ତ୍ତୃପକ୍ଷ ସେମାନଙ୍କ ନିଷେଧ ଔଷଧର ତାଲିକା ଦେବା ସହିତ ଏହାକୁ ଆଗାମୀ ଦିନରେ ବିକ୍ରି କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଜିଲାର ଡ୍ରଗ୍ସ ଇନ୍ସପେକ୍ଟରମାନେ ସେମାନଙ୍କ ବିଧି ସଙ୍ଗତ କ୍ଷମତା ପରିସରରେ ଥିବା ଅଞ୍ଚଳର ସମସ୍ତ ଖୁଚୁରା, ପାଇକାରୀ ଏବଂ ସି ଆଣ୍ଡ ଏଫ୍‍ ଏଜେଣ୍ଟଙ୍କ ବ୍ୟବସାୟସ୍ଥଳ ପରିଦର୍ଶନ କରି ନିଷିଦ୍ଧ ଔଷଧ ପ୍ରତ୍ୟାହାର କରିବା ସହିତ ନିର୍ଦେଶାଳୟ ନିକଟରେ ଏ ସଂକ୍ରାନ୍ତ ରିପୋର୍ଟ ସପ୍ତାହକ ମଧ୍ୟରେ ଦାଖଲ କରିଛନ୍ତି। ଇତିମଧ୍ୟରେ ସମସ୍ତ ଜିଲାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ୪କୋଟି ୨୩ଲକ୍ଷ ୭୩ହଜାର ୨୫୬ଟଙ୍କାର ନିଷେଧ ଔଷଧ ଜବତ କରାଯାଇଛି। ଏହାବାଦ୍‍ ୨୦୨୧ଟି ଔଷଧ ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ସେଥିମଧ୍ୟରେ କେତେକ ଏଲୋପାଥିକ ଥିବାବେଳେ ଆଉ କେତେକ ହୋମିଓପାଥି ଏବଂ ପ୍ରସାଧନ ସାମଗ୍ରୀ ରହିଛି।
ଏହି ସମୟରେ ବେଆଇନ ଔଷଧ କାରବାର ସାଙ୍ଗକୁ ନିମ୍ନମାନର ଔଷଧ ଏବଂ ଅବଧି ନଥିବା ଔଷଧ ବିକ୍ରିକୁ ନେଇ ୨୨ଟି ମାମଲା ରୁଜୁ କରାଯାଇଛି। ଏହାବାଦ୍‍ ବିଭିନ୍ନ ସ୍ଥାନରେ ଏବେ ବି ଡିଆଇଙ୍କ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ ଜାରି ରହିଛି। ଯଦି କୌଣସି ଅଞ୍ଚଳରେ ନିଷେଧ ଔଷଧ ବିକ୍ରି ହେବାର ସୂରାକ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟକୁ ମିଳେ ସେଠାରେ ମଧ୍ୟ ଚଢ଼ଉ କରାଯିବ।
ସାଧାରଣ ଲୋକଙ୍କୁ ଯଦି କୌଣସି ଡାକ୍ତର ତାଙ୍କ ନିଦାନ ଚିଠାରେ ନିଷେଧ ଔଷଧ ସମ୍ପର୍କରେ ଉଲ୍ଲେଖ କରନ୍ତି ସେନେଇ ତୁରନ୍ତ ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟକୁ ସୂଚନା ଦେବାପାଇଁ ଶ୍ରୀମତୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories